ଓଡିଶା

odisha

ନବରଙ୍ଗପୁରରେ ବିଜେଡିର ସଭ୍ୟ ସଂଗ୍ରହ ଅଭିଯାନ ସହ ନୂଆଖାଇ ଭେଟଘାଟ

By

Published : Sep 24, 2019, 11:36 PM IST

ନବରଙ୍ଗପୁର ବିଜେଡି ନୂତନ ସଭ୍ୟ ସଂଗ୍ରହ ଅଭିଯାନ ଯୋରଦାର କରିଛି । କାର୍ଯ୍ୟକ୍ରମରେ ମନ୍ତ୍ରୀ ବିଧାୟକ ସାମିଲ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ନବରଙ୍ଗପୁର

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକ ଅନ୍ତର୍ଗତ ସନ୍ତୋଷପୁର ଗ୍ରାମ ଠାରେ ଆଜି ବିଜେଡି ପକ୍ଷରୁ ନୂତନ ସଭ୍ୟ ସଂଗ୍ରହ ଅଭିଯାନ ଓ ନୂଆଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବୟନ ଶିଳ୍ପମନ୍ତ୍ରୀ ପଦ୍ମିନୀ ଦିଆନ, ଡାବୁଗାଁ ବିଧାୟକ ମନୋହର ରାନ୍ଧାରୀ, ଜିଲ୍ଲା ବିଜେଡି ଉପ ସଭାପତି ବଦ୍ରି ନାରାୟଣ ସିଂ ପ୍ରମୁଖ ଯୋଗଦେଇଥିଲେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ନବରଙ୍ଗପୁର

ଏହି କାର୍ଯ୍ୟକ୍ରମରେ ଦଳୀୟ କାର୍ଯ୍ୟକର୍ତ୍ତାଙ୍କ ସମେତ ବହୁ ଜନସାଧାରଣ ଅଶଂଗ୍ରହଣ କରିଥିଲେ । କାର୍ଯ୍ୟକ୍ରମରେ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା କିପରି ଲୋକଙ୍କ ପାଖରେ ପହଞ୍ଚିବ ସେନେଇ ମନ୍ତ୍ରୀଓ ବିଧାୟକ ଲୋକଙ୍କ ସହ ଆଲୋଚନା କରିଥିଲେ । ଦଳୀୟ କର୍ମକର୍ତ୍ତା ମାନେ ଗାଁକୁ ଗାଁ ଯାଇ ସରକାରୀ ଯୋଜନାକୁ ପହଞ୍ଚାଇବା ସହ ଯୋଜନା ବିଷୟରେ ଲୋକଙ୍କୁ ସଚେତନ କରିବା ପାଇଁ ମନ୍ତ୍ରୀ ପରାର୍ମଶ ଦେଇଥିଲେ ।


ନବରଙ୍ଗପୁରରୁ ତପନ ବିଷୋୟୀ, ଇଟିଭି ଭାରତ

ABOUT THE AUTHOR

...view details