ନବରଙ୍ଗପୁର:ନବରଙ୍ଗପୁର ଜିଲ୍ଲା ବିଜେପି ପକ୍ଷରୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ବିଜେଡି ଚଞ୍ଚକତା କରି ବିଜୁ ପକ୍କାଘର ବୋଲି କହି, ଘର ଗୁଡିକରେ ଷ୍ଟିକର ମାରୁଥିବା ଅଭିଯୋଗ କରି ସଦର ନବରଙ୍ଗପୁର ବ୍ଲକ କାର୍ଯ୍ୟାଳୟକୁ ଘେରାଉ କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଛି l
ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଗୌରୀଶଙ୍କର ମାଝୀଙ୍କ ଅଧ୍ୟକ୍ଷତାରେ ନବରଙ୍ଗପୁର ଜିଲ୍ଲାର ବିଜେପି କର୍ମୀ ମାନଙ୍କୁ ନେଇ ବିଜେଡି ସରକାର ବିରୋଧରେ ସ୍ଲୋଗାନ ଦେଇ ନବରଙ୍ଗପୁର ବ୍ଲକ ପରିସରକୁ ଯାଇଥିଲେ l ସେମାନେ ବିଜେଡି କରିଥିବା ଚଞ୍ଚକତା ବିରୋଧରେ ପ୍ରତିବାଦ କରି ନବରଙ୍ଗପୁର ବିଡ଼ିଓଙ୍କ ସମ୍ମୁଖରେ ଉକ୍ତ ଷ୍ଟିକର ଗୁଡିକ ଚିରିବା ସହିତ ନିଆଁ ଲଗାଇଥିଲେ ।