ଓଡିଶା

odisha

ପୌର ଫାଇଟ: ଭୀମ ହରିଜନ ନବରଙ୍ଗପୁର ପୌର ପାଇଁ ବିଜେଡିର ଅଧ୍ୟକ୍ଷ ପ୍ରାର୍ଥୀ

By

Published : Mar 6, 2022, 6:06 PM IST

ପୌର ପରିଷଦ ଅଧ୍ୟକ୍ଷ ପଦ ପାଇଁ ବିଜେଡି ଭୀମ ହରିଜନଙ୍କ ଉପରେ ଭରଷା ରଖି ନିର୍ବାଚନ ଟିକେଟ ଦେଇଛି । ଅଧିକ ପଢ଼ନ୍ତୁ

ପୌର ଫାଇଟ: ନବରଙ୍ଗପରୁ ପୌର ପାଇଁ ବିଜେଡିର ଅଧ୍ୟକ୍ଷ ପ୍ରାର୍ଥୀ ଭୀମ ହରିଜନ
ପୌର ଫାଇଟ: ନବରଙ୍ଗପରୁ ପୌର ପାଇଁ ବିଜେଡିର ଅଧ୍ୟକ୍ଷ ପ୍ରାର୍ଥୀ ଭୀମ ହରିଜନ

ନବରଙ୍ଗପୁର:ପୌର ପରିଷଦ ଅଧ୍ୟକ୍ଷ ପଦ ପାଇଁ ବିଜେଡି ଭୀମ ହରିଜନଙ୍କ ଉପରେ ଭରଷା ରଖି ନିର୍ବାଚନ ଟିକେଟ ଦେଇଛି । ବିଜେଡି ପକ୍ଷରୁ ନବରଙ୍ଗପୁର ପୌର ପରିଷଦ ଅଧ୍ୟକ୍ଷ ପାଇଁ ଭୀମ ହରିଜନଙ୍କୁ ପ୍ରାର୍ଥୀ କରାଯାଇଥିବା ବେଳେ ୱାର୍ଡ ୧ରୁ ଯସ୍ମିତା ପରିଡ଼ା, ୱାର୍ଡ ୨ରୁ ପୁରୁଷୋତ୍ତମ ହରିଜନ, ୱାର୍ଡ ୩ରୁ ପ୍ରଣତି ତ୍ରିପାଠୀ, ୱାର୍ଡ ୪ରୁ ରେଖା ମହାନ୍ତି, ୱାର୍ଡ ୫ରୁ ଉତ୍ତମ ତ୍ରିପାଠୀ, ୱାର୍ଡ ୬ରୁ ପି କେଶବ ରାଜୁଙ୍କୁ କାଉନସିଲର ପ୍ରାର୍ଥୀ କରାଯାଇଛି । ସେହିଭଳି ୱାର୍ଡ ୭ରୁ ପି ଉଷା ରାଣୀଙ୍କୁ ପାର୍ଥୀ କରାଯାଇଛି ।

ପୌର ନିର୍ବାଚନ ପାଇଁ ଏମାନଙ୍କୁ ପ୍ରାର୍ଥୀ କରାଯାଇଥିବା ନେଇ ନବରଙ୍ଗପୁର ଜିଲ୍ଲା ପର୍ଯ୍ୟବେକ୍ଷକ ତୁଷାରକାନ୍ତି ବେହେରା ପ୍ରେସ୍ ରିଲିଜ୍ ଜାରି କରି ସୂଚନା ଦେଇଛନ୍ତି । ପ୍ରାର୍ଥୀପତ୍ର ଦାଖଲ ପାଇଁ ହାତରେ ଆଉ ଗୋଟିଏ ଦିନ ସମୟ ରହିଛି । ଆସନ୍ତାକାଲି(ସୋମବାର) ନବରଙ୍ଗପୁରରେ ବିଜେଡିର ମନୋନୀତ ପ୍ରାର୍ଥୀ ନାମାଙ୍କନ ଦାଖଲ କରିବେ । ବର୍ତ୍ତମାନ ସୁଦ୍ଧା ନବରଙ୍ଗପୁରରେ କୌଣସି ପ୍ରାର୍ଥୀ ପୌର ନିର୍ବାଚନ ପାଇଁ ନାମାଙ୍କନ ଦାଖଲ କରି ନାହାନ୍ତି ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ABOUT THE AUTHOR

...view details