ଓଡିଶା

odisha

By

Published : Aug 19, 2021, 6:32 PM IST

ETV Bharat / state

ଦୁର୍ନୀତି ବିରୁଦ୍ଧରେ ସ୍ବର ଉଠାଇ ପଦ ହରାଇଲେ ବ୍ଲକ ଅଧ୍ୟକ୍ଷା

ଦୁର୍ନୀତି ବିରୋଧରେ ସ୍ୱର ଉଠାଇବାରୁ ଅଧ୍ୟକ୍ଷା ପଦ ହରାଇଲେ ନୟାଗଡ଼ ଜିଲ୍ଲା ଭାପୁର ବ୍ଲକ ଅଧ୍ୟକ୍ଷା ଶାନ୍ତିଲତା ବେହେରା । ଧର୍ମର ବିଜୟ ହୋଇଛି ବୋଲି କହିଲେ ଉପାଧ୍ୟକ । ଅଧିକ ପଢନ୍ତୁ...

ଦୁର୍ନୀତି ବିରୁଦ୍ଧରେ ସ୍ବର ଉଠାଇ ପଦ ହରାଇଲେ ବ୍ଲକ ଅଧ୍ୟକ୍ଷା
ଦୁର୍ନୀତି ବିରୁଦ୍ଧରେ ସ୍ବର ଉଠାଇ ପଦ ହରାଇଲେ ବ୍ଲକ ଅଧ୍ୟକ୍ଷା

ନୟାଗଡ଼: ଦୁର୍ନୀତି ବିରୋଧରେ ସ୍ୱର ଉଠାଇବାରୁ ନିଜ ଅଧ୍ୟକ୍ଷା ପଦ ହରାଇଲେ ନୟାଗଡ଼ ଜିଲ୍ଲା ଭାପୁର ବ୍ଲକ ଅଧ୍ୟକ୍ଷା ଶାନ୍ତିଲତା ବେହେରା l କିଛି ଦିନ ପୂର୍ବେ ଅଧ୍ୟକ୍ଷାଙ୍କ ଜାଲି ଦସ୍ତଖତ କରି କୋଟି କୋଟି ଟଙ୍କା ହଡ଼ପ କରିଥିବା ନେଇ ଫତେଗଡ଼ ଥାନାରେ ନିଜେ ଲିଖିତ ଅଭିଯୋଗ କରିଥିଲେ ଶାନ୍ତିଲତା l ଉପାଧ୍ୟକ୍ଷ ଗୟାଧର ପରିଡ଼ା ଏବଂ ତାଙ୍କର 2 ସହଯୋଗୀ ଅଧ୍ୟକ୍ଷାଙ୍କ ବିରୁଦ୍ଧରେ ଜାଲ ଦସ୍ତଖତ, ପ୍ୟାଡ଼ ଆଦି ବ୍ୟବହାର କରି ଟଙ୍କା ହଡ଼ପ ହୋଇଥିବା ଅଭିଯୋଗ ହୋଇଥିଲା l

ଦୁର୍ନୀତି ବିରୁଦ୍ଧରେ ସ୍ବର ଉଠାଇ ପଦ ହରାଇଲେ ବ୍ଲକ ଅଧ୍ୟକ୍ଷା

ଏହାପରେ ଅନାସ୍ଥା ପ୍ରସ୍ତାବ ପାଇଁ ସମିତି ସଭ୍ୟାମାନେ ଜିଲ୍ଲା ପ୍ରଶାସନ ପାଖରେ ଆବେଦନ କରିଥିଲେ l ଦୁର୍ନୀତି ବିରୋଧରେ ଅଧ୍ୟକ୍ଷା ସ୍ୱର ଉଠାଇଥିବାରୁ ଉପାଧ୍ୟାକ୍ଷ ସାମ୍ନାକୁ ଆସିଥିଲେ l ସେଥିପାଇଁ ଉପାଧ୍ୟକ୍ଷଙ୍କ ତତ୍ତ୍ବାବଧାନରେ ଅନାସ୍ଥା ପାଇଁ ଆରମ୍ଭ ହୋଇଥିଲା ପ୍ରକ୍ରିୟା l କିଛି ସଭ୍ୟା/ସଭ୍ୟ ଅନାସ୍ଥା ପାଇଁ ପ୍ରସ୍ତାବ ଦେଇଥିବାରୁ ପ୍ରଶାସନ ପକ୍ଷରୁ ଭୋଟ ପ୍ରକ୍ରିୟା କରାଯାଇଥିଲା l ପରେ ଅନାସ୍ଥା ଭୋଟିଂରେ ପଦ ହରାଇଲେ ବ୍ଲକ ଅଧ୍ୟକ୍ଷା । ଭୋଟରେ କାଟ ଖାଇଲେ ଅଧ୍ୟକ୍ଷା ଶାନ୍ତିଲତା ବେହେରା ।

ଭୋଟିଂରେ ସରପଞ୍ଚ ଏବଂ ସମିତି ସଭ୍ୟଙ୍କୁ ମିଶାଇ ମୋଟ 40 ଜଣଙ୍କ ମଧ୍ୟରୁ 39 ଜଣ ଭୋଟ ଦେଇଥିଲେ । ଅନାସ୍ଥା ସପକ୍ଷରେ ଅର୍ଥାତ ଅଧ୍ୟକ୍ଷାଙ୍କ ବିପକ୍ଷରେ 32ଟି ଭୋଟ ଯାଇଥିବାବେଳେ ସପକ୍ଷରେ ମାତ୍ର 7ଟି ଭୋଟ ଯାଇଛି l ଏହା ଫଳାଫଳ ସହ ବ୍ଲକ ଅଧ୍ୟକ୍ଷା ନିଜ ପଦ ହରାଇଛନ୍ତି l ସେପଟେ ଆଇନଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ୧୪୪ ଧାରା ଜାରି କରାଯିବା ସହ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା l ତେବେ ଏନେଇ ଉପ-ଜିଲ୍ଲାପାଳ ଆନୁଷ୍ଠାନିକ ଭାବେ ଫଳାଫଳ ଘୋଷଣା କରିବେ l ଏହି ଘଟଣା ଏବେ ସମଗ୍ର ଅଞ୍ଚଳରେ ଖୁବ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ଦୁର୍ନୀତି ବିରୋଧରେ ସ୍ୱର ଉଠାଇଥିବାରୁ ଅଧ୍ୟକ୍ଷାଙ୍କୁ ପଦଚ୍ୟୁତ ହେବାକୁ ପଡ଼ିଲା ବୋଲି କୁହାଯାଉଛି ।

ନୟାଗଡରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ABOUT THE AUTHOR

...view details