ନବରଙ୍ଗପୁର: ଭାଲୁ କାମୁଡ଼ାରେ ଜଣକର ମୃତ୍ୟୁ । ଏଭଳି ଘଟଣା ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ଅଧୀନ ହଳଦୀ ଗ୍ରାମରେ ଘଟିଛି । ମୃତକ ଜଣକ ହେଲେ ହଳଦୀ ଗ୍ରାମର ନରସିଂ ଜାନି । ସେ ଗତକାଲି ରାତି ପ୍ରାୟ ୮ଟା ସମୟରେ ଚାଷ ଜମିକୁ ଯାଇଥିବାବେଳେ ସେଠାରେ ଭାଲୁ ଆକ୍ରମଣର ଶିକାର ହୋଇଥିଲେ । ସୋମବାର ସକାଳୁ ନରସିଂ ଘରକୁ ନ ଫେରିବାରୁ ତାଙ୍କ ପୁଅ ବିଲକୁ ଖୋଜିବାକୁ ଯାଇଥିଲେ । ପରେ ସେଠାରେ ତାଙ୍କ ବାପାଙ୍କ ଗୁରୁତର ଅବସ୍ଥାରେ ରକ୍ତାକ୍ତ ଦେହ ପଡି ରହିଥିବା ଦେଖି ଗ୍ରାମବାସୀଙ୍କୁ ଖବର ଦେଇଥିଲେ ।
ଭାଲୁ କାମୁଡାରେ ଚାଷୀ ମୃତ, ପରିବାରକୁ ମିଳିବ କ୍ଷତିପୂରଣ ରାଶି - dead
ଭାଲୁ ଆକ୍ରମଣରେ ଚାଷୀ ମୃତ । ମୃତକ ଜଣକ ହେଲେ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ହଳଦୀ ଗ୍ରାମର ନରସିଂ ଜାନି । ତେବେ କ୍ଷେତରୁ ତାଙ୍କୁ ରକ୍ତାକ୍ତ ଅବସ୍ଥାରେ ଉଦ୍ଧାର କରାଯାଇଥିଲା ।
ଫଟୋ ସୌଜନ୍ୟ: ସମ୍ବାଦଦାତା ନବରଙ୍ଗପୁର
ଗ୍ରାମବାସୀଙ୍କ ସାହାଯ୍ୟରେ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ଡାବୁଗାଁ ବନ ବିଭାଗ ଅଧିକାରୀ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଆରମ୍ଭ କରିଛି । ବର୍ତ୍ତମାନ ଶବଦାହ କରିବାକୁ ମୃତକଙ୍କ ପରିବାରକୁ ୧୦ ହଜାର ଟଙ୍କା ଦିଆଯିବ ଏବଂ ପରେ ସରକାରଙ୍କ ନିୟମାନୁସାରେ ୪ ଲକ୍ଷ ଟଙ୍କା କ୍ଷତିପୂରଣ ଦିଆଯିବ ବୋଲି ଫରେଷ୍ଟର ଲକ୍ଷ୍ମୀକାନ୍ତ ସାହୁ କହିଛନ୍ତି ।
ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ