ନବରଙ୍ଗପୁର:ଜିଲ୍ଲାର ସଦର ବ୍ଲକ ଦେଉଳା ଗ୍ରାମର ବିଭୀଷଣ ମାଳିଙ୍କ ଚାଷ ଜମିରେ ଥିବା କୂଅରେ ଭାଲୁ ପଡିଯାଇଥିବା ଜଣାପଡିଛି । ଘଟଣା ସମ୍ପର୍କରେ ଖବର ପାଇ ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ।
ଗ୍ରାମର ବିଭୀଷଣଙ୍କ ଚାଷ ଜମିରେ କିଛି ଅଂଚଳ ପରିବା ଚାଷ କରିବା ପାଇଁ ସେ କୂଅ ଖୋଳିଥିଲେ । କୂଅଟିର ଗଭୀର 20 ଫୁଟ ହୋଇଥିବା ବେଳେ ବର୍ତ୍ତମାନ ଏହା ସମ୍ପୂର୍ଣ୍ଣ ଶୁଖିଲା ରହିଛି । ରାତି ସମୟରେ ଖାଦ୍ୟ ଅନ୍ବେଷଣରେ ଆସି ଭାଲୁଟି କୂଅରେ ପଡିଯାଇଥିବା ସନ୍ଦେହ କରାଯାଉଛି । ଏହି କୂଅରେ ନନ୍ଦ ନଥିବା ଜଣାପଡିଛି ।