ଓଡିଶା

odisha

ETV Bharat / state

ଭାଲୁ ଆତଙ୍କ, ଗାଁରେ ପଶିବାରୁ ଲୋକେ ଭୟଭୀତ - ନବରଙ୍ଗପୁରରେ ଭାଲୁ ଆତଙ୍କ

ଖାଦ୍ୟ ଅନ୍ବେଷଣରେ ଆସି ନବରଙ୍ଗପୁର ଜିଲ୍ଲା ବୁର୍ଜା ଗାଁରେ ରାତିସାରା ଆତଙ୍କ ଖେଳାଇଲେ ଭାଲୁ । ଭାଲୁ ଗାଁରେ ପଶିବା ନେଇ ଗ୍ରାମବାସୀ ଭୟଭୀତ । ଅଧିକ ପଢନ୍ତୁ

ନବରଙ୍ଗପୁରରେ ଭାଲୁ ଆତଙ୍କ, ଗାଁରେ ପଶିବାରୁ ଲୋକେ ଭୟଭୀତ
ନବରଙ୍ଗପୁରରେ ଭାଲୁ ଆତଙ୍କ, ଗାଁରେ ପଶିବାରୁ ଲୋକେ ଭୟଭୀତ

By

Published : Jan 19, 2022, 3:44 PM IST

ନବରଙ୍ଗପୁର: ଜଙ୍ଗଲ କ୍ଷୟ ଯୋଗୁଁ ବନ୍ୟଜନ୍ତୁ ଧିରେଧିରେ ଗାଁ ମୁହାଁ ହେଲେଣି । ଦୀର୍ଘ ଦିନ ହେଲା ନବରଂଗପୁର ଜିଲ୍ଲାରେ ଭାଲୁର ଦୌରାତ୍ମ ବଢିବାରେ ଲାଗିଛି। ନବରଂଗପୁର ଜିଲ୍ଲା ଉମରକୋଟ ସହର ଠାରୁ ୫ କିଲୋମିଟର ଦୂରରେ ଥିବା ବୁର୍ଜା ଗାଁରେ ସୋମବାର ରାତି ତମାମ ମା’ ଓ ଛୁଆ ୨ଟି ଭାଲୁ ପଶିକି ଆତଙ୍କ ଖେଳାଇଥିଲେ ।

ନବରଙ୍ଗପୁରରେ ଭାଲୁ ଆତଙ୍କ, ଗାଁରେ ପଶିବାରୁ ଲୋକେ ଭୟଭୀତ

ଠିକ୍ ସକାଳେ ଗାଁର ୨ ମହିଳା ଗାଁଦାଣ୍ଡରେ ଭାଲୁ କଥା ହେଉଥିବା ବେଳେ, ୨ଟି ତାଙ୍କ ପଛରେ ଠିଆ ହେଇଥିବା ଦେଖି ପ୍ରାଣ ବିକଳରେ ଦୌଡ଼ି ପଳାଇଥିଲେ । ଭାଲୁମାନେ ରାତିସାରା ଗ୍ରାମର ବିଭିନ୍ନ ଲୋକଙ୍କ ବହୁ ଗଛ ପତ୍ର ମଧ୍ୟ ନଷ୍ଟ କରିଦେଇଛନ୍ତି । କିଛି ଯୁବକ ହାତରେ ନିଆଁ ହୁଳା ଧରି ସେମାନଙ୍କୁ ଘୋଉଡାଇବା ପରେ ଭାଲୁ ଦ୍ବୟ ଭୟରେ ନିକଟସ୍ଥ ଜଙ୍ଗଲକୁ ଚାଲି ଯାଇଥିଲେ ।

ତେବେ ଭାଲୁ ଗାଁରେ ପଶିବା ନେଇ ବୁର୍ଜା ଗ୍ରାମବାସୀ ଭୟଭୀତ ହେଇପଡ଼ିଛନ୍ତି। ଅନ୍ୟପକ୍ଷେ ଏହି ଅଞ୍ଚଳରେ ଭାଲୁ ଚଳାଚଳ କରୁଥିବାରୁ ବନ ବିଭାଗ ତରଫରୁ ସୂଚନା ଫଳକ ଲଗାଯାଇଛି । ସୂଚନାଥାଉକି, ଗତ ଶୁକ୍ରବାର ରାତିରେ ଏଭଳି ଖାଦ୍ୟ ଅନ୍ୱେଷଣ ପାଇଁ ପ୍ରଥମେ ଗାଁ ଉପକଣ୍ଠରେ ଥିବା ହନୁମାନ ଓ ଶିବ ମନ୍ଦିର ପରିସର ଭିତରକୁ ପ୍ରବେଶ କରୁଥିବାର ଦୃଶ୍ୟକୁ ଗ୍ରାମର କିଛି ଯୁବକ ନିଜ ମୋବାଇଲରେ କଏଦ କରିଥିଲେ । ଯାହା ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିଲା।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ABOUT THE AUTHOR

...view details