ଓଡିଶା

odisha

ETV Bharat / state

ବିଡିଓ ହେବ ତ ଏମିତି, ମାଟି ପକାଇ ନିଜେ ତିଆରି କଲେ ରାସ୍ତା - ଖବର ନବରଙ୍ଗପୁର

ବିଡିଓ ହେବ ତ ଏମିତି । ଲୋକଙ୍କ ଦୁଃଖ ଓ ସମସ୍ୟା ଶୁଣିବାର ସଙ୍ଗେ ସଙ୍ଗେ ସମାଧାନ। ଏପରିକି ନିଜେ ଶ୍ରମଦାନ କରି ଲୋକଙ୍କ ସହ ମିଶି ଖାଲଖମାରେ ମାଟି ପକାଇ ରାସ୍ତା ତିଆରି କରିଛନ୍ତି ତେନ୍ତୁଳିଖୁଣ୍ଟି ବିଡିଓ। ଅଧିକ ଖବର ପଢନ୍ତୁ...

ଫଟୋ ସୌଜନ୍ୟ: ସମ୍ବାଦଦାତା ନବରଙ୍ଗପୁର

By

Published : Sep 28, 2019, 4:56 AM IST

ନବରଙ୍ଗପୁର: ଦୁର୍ଗମ ଅଞ୍ଚଳକୁ ପରିଦର୍ଶନରେ ଯାଇ ନିଜେ ଶ୍ରମଦାନ କରି ରାସ୍ତା ତିଆରି କଲେ ତେନ୍ତୁଳିଖୁଣ୍ଟି ବିଡ଼ିଓ ଅକ୍ଷମିତା କାର୍ତ୍ତିକ। ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ପୂଜାରୀଗୁଡା ପଞ୍ଚାୟତରେ ଥିବା ଏକ ଦୁର୍ଗମ ଅଞ୍ଚଳ କାନ୍ଦ୍ରାଗୁଡ଼ା ଗ୍ରାମକୁ କିଛି ଦିନ ତଳେ ନବରଙ୍ଗପୁର ଜିଲ୍ଲାପାଳ ଡ଼ଃ ଅଜିତ କୁମାର ମିଶ୍ର ପରିଦର୍ଶନରେ ଯାଇ କାନ୍ଦ୍ରାଗୁଡ଼ା ଗ୍ରାମକୁ ତେନ୍ତୁଳିଖୁଣ୍ଟି ବ୍ଲକର ପୋଷ୍ୟଗ୍ରାମ କରିଥିଲେ।

ବିଡିଓ ହେବ ତ ଏମିତି , ମାଟି ପକାଇ ନିଜେ ତିଆରି କଲେ ରାସ୍ତା

ଏହାସହ ଗାଁ ଲୋକଙ୍କ ସମସ୍ୟା ସମ୍ପର୍କରେ ଆଲୋଚନା କରି ସମସ୍ୟାର ସମାଧାନ କରିବାକୁ ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ। ଏହା ପରେ ବିଡ଼ିଓ ଅକ୍ଷମିତା କାର୍ତ୍ତିକ ଗାଁ ଲୋକଙ୍କ ସହ ମିଶି ନିଜେ ଶ୍ରମଦାନ କରି ରାସ୍ତାରେ ଥିବା ଖାଲଖମାକୁ ମାଟି ପକେଇ ତିଆରି କରିଛନ୍ତି। ପୋଷ୍ୟଗ୍ରାମ କାନ୍ଦ୍ରାଗୁଡ଼ାକୁ ତେନ୍ତୁଳିଖୁଣ୍ଟି ବ୍ଲକର ସର୍ବଶ୍ରେଷ୍ଠ ଗାଁ କରିବାକୁ ଗ୍ରାମବାସୀଙ୍କୁ ଶପଥ ଗ୍ରହଣ କରାଇଥିଲେ।

ଏହାସହ ସେଠାକାର ବିଦ୍ୟାଳୟ ପରିଦର୍ଶନରେ ଯାଇ ପିଲାଙ୍କୁ ପାଠ ପଡ଼େଇବା ସହ ଭଲ ପାଠ ପଢିବା ପାଇଁ ପରାମର୍ଶ ଦେଇଥିଲେ। ବିଡ଼ିଓଙ୍କ ଏପରି ଉତ୍ତମ କାର୍ଯ୍ୟକୁ ନେଇ ତେନ୍ତୁଳିଖୁଣ୍ଟି ବ୍ଲକରେ ବେଶ ଚର୍ଚ୍ଚା ହେବା ସହ ଗ୍ରାମବାସୀ ତଥା ବ୍ଲକବାସୀ ପ୍ରଶଂସା କରି ଧନ୍ୟବାଦ ଜଣାଇଛନ୍ତି।

ନବରଙ୍ଗପୁରରୁ ତପନ ବିଷୋୟୀ, ଇଟିଭି ଭାରତ

ABOUT THE AUTHOR

...view details