ନବରଙ୍ଗପୁର: ରାଜ୍ୟରେ ମହାମାରୀ କୋରୋନାକୁ ରୋକିବାକୁ ରାଜ୍ୟ ସରକାର ସରପଞ୍ଚଙ୍କୁ ଜିଲ୍ଲାପାଳ କ୍ଷମତା ପ୍ରଦାନ କରିଛନ୍ତି । ଯାହାର ପ୍ରୟୋଗ କରି ନବରଙ୍ଗପୁର ଜିଲ୍ଲା ପରଜା ବାରଙ୍ଗପଦର ପଞ୍ଚାୟତକୁ ୪୮ ଘଣ୍ଟିଆ ସଟଡାଉନ ଘୋଷଣା କରିଛନ୍ତି ସରପଞ୍ଚ ବିଜୟ ଝଡ଼ିଆ ।
ଏହି ବାରଙ୍ଗପଦର ପଞ୍ଚାୟତରୁ କୋରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଜିଲ୍ଲାପାଳ କ୍ଷମତା ପ୍ରୟୋଗ କରି ପଞ୍ଚାୟତକୁ ୪୮ ଘଣ୍ଟିଆ ସଟଡାଉନ ଘୋଷଣା କରାଯିବା ପରେ ସମ୍ପୂର୍ଣ୍ଣ ଠପ ହୋଇଯାଇଛି ପଞ୍ଚାୟତ ।