ଓଡିଶା

odisha

ETV Bharat / state

ପୋଲିସର ଅବହେଳାକୁ ନେଇ ଆଇନଜୀବୀ ସଂଘର ସାମ୍ବାଦିକ ସମ୍ମିଳନୀ

ଜଣେ ଓକିଲଙ୍କୁ ଦୁର୍ବୃତ୍ତ ମାନେ ବନ୍ଧୁକ ଦେଖାଇ ଲୁଟିବା ସହ ଧମକ ଘଟଣା ପରେ ପୋଲିସର କାର୍ଯ୍ୟକୁ ନେଇ ଆଶଙ୍କା ପ୍ରକାଶ କରିଛି ଆଇନଜୀବୀ ସଂଘ । ପୋଲିସର ଅବହେଳା ଯୋଗୁଁ ଦିନକୁ ଦିନ ଅପରାଧୀ ମାନଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଥିବା ଆଇନଜୀବୀ ସଂଘ ଅଭିଯୋଗ କରିଛନ୍ତି।

ଫଟୋ ସୌଜନ୍ୟ: ସମ୍ବାଦଦାତା, ନବରଙ୍ଗପୁର

By

Published : Aug 19, 2019, 10:12 PM IST


ନବରଙ୍ଗପୁର: ଜିଲ୍ଲା ଆଇନଜୀବୀ ସଂଘ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଛି । ଜଣେ ଓକିଲଙ୍କୁ ଦୁର୍ବୃତ୍ତ ମାନେ ବନ୍ଧୁକ ଦେଖାଇ ଲୁଟିବା ସହ ଧମକ ଘଟଣା ପରେ ପୋଲିସର କାର୍ଯ୍ୟକୁ ନେଇ ଆଶଙ୍କା ପ୍ରକାଶ କରିଛି ଆଇନଜୀବୀ ସଂଘ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ନବରଙ୍ଗପୁର

ନବରଙ୍ଗପୁର ଏକ ଶାନ୍ତି ପୂର୍ଣ୍ଣ ଜିଲ୍ଲା ହୋଇଥିବା ବେଳେ ବର୍ତ୍ତମାନ ପୋଲିସର ଅବହେଳା ଯୋଗୁଁ ଦିନକୁ ଦିନ ଅପରାଧୀ ମାନଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଥିବା ଆଇନଜୀବୀ ସଂଘ ଅଭିଯୋଗ କରିଛନ୍ତି। ଲୁଟର ଶିକାର ହୋଇଥିବା ଓକିଲ ତ୍ରିପତି ମାଝୀଙ୍କ ମାମଲାରେ ଅଭିଯୁକ୍ତ ମାନଙ୍କ ଚେର କେତେ ଦୂର ଲମ୍ବିଛି ତାହାର ତଦନ୍ତ କରିବାକୁ ଜିଲ୍ଲା ଓକିଲ ସଂଘ ଦାବି କରିଛନ୍ତି। ଏହି ମାମଲାରେ ଗିରଫ ହୋଇଥିବା ଅଭିଯୁକ୍ତ ମାନଙ୍କୁ ଅବିଭକ୍ତ କୋରାପୁଟ ଜିଲ୍ଲା ତଥା ହାଇକୋର୍ଟରେ ମଧ୍ୟ କେହି ଓକିଲ ଜାମିନ ଆବେଦନ ନ କରିବାକୁ ନିଷ୍ପତ୍ତି ନିଆଯାଇଥିବା କଥା ଜିଲ୍ଲା ଆଇନଜୀବୀ ସଂଘ ସଭାପତି ନରସିଂହ ତ୍ରିପାଠୀ କହିଛନ୍ତି।


ସୂଚନାଯୋଗ୍ୟ, ଗତ କିଛିଦିନ ତଳେ ତ୍ରିପତି ମାଝି ନାମକ ଜଣେ ଓକିଲଙ୍କୁ ଦୁର୍ବୃତ୍ତ ମାନେ ବନ୍ଧୁକ ଦେଖାଇ ଅପହରଣ ଓ ହତ୍ୟା ଧମକ ଦେଇ ୧ ଲକ୍ଷ ୯ ହଜାର ଟଙ୍କା ଲୁଟି ନେଇଥିଲେ। ଏହି ବିଷୟରେ କାହାକୁ ଜଣାଇଲେ ଜୀବନରୁ ମାରିଦେବାକୁ ମଧ୍ୟ ଦୁର୍ବୃତ୍ତମାନେ ଧମକ ଦେଇଥିଲେ। ଏହି ଘଟଣା ସଂପର୍କରେ ଓକିଲ ଜଣକ ଜିଲ୍ଲା ଆଇନଜୀବୀ ସଂଘକୁ ଜଣାଇବା ପରେ ସଂଘ ଏସପିଙ୍କ ସହ ସାକ୍ଷାତ କରିଥିଲେ। ଅଭିଯୋଗ ପରେ ପୋଲିସ ତୁରନ୍ତ ପଦକ୍ଷେପ ନେଇ ଏହି ମାମଲାରେ ସଂପୃକ୍ତ ୪ ଜଣ ଅଭିଯୁକ୍ତଙ୍କୁ ଧରିବାରେ ସଫଳ ହୋଇଥିଲା। ସେମାନଙ୍କ ଠାରୁ ନଗଦ ୧ ଲକ୍ଷ ଟଙ୍କା ସହ ଏକ ଦେଶୀ ବନ୍ଧୁକ, ଦୁଇଟି ମୋବାଇଲ, ଦୁଇଟି ମୋଟର ସାଇକେଲ ଜବତ କରି ସେମାନଙ୍କୁ କୋର୍ଟ ଚାଲାଣ କରିଥିଲା।

ନବରଙ୍ଗପୁରରୁ ତପନ ବିଷୋୟୀ, ଇଟିଭି ଭାରତ

ABOUT THE AUTHOR

...view details