ଓଡିଶା

odisha

ETV Bharat / state

ପଦ୍ମର ବଳ ବଢାଇବେ ବଳଭଦ୍ର ମାଝି

ବିଜେଡିରୁ ଇସ୍ତଫା ଦେବା ପରେ ବିଜେପିରେ ବିଧିବଦ୍ଧ ଭାବେଯୋଗ ଦେଇଛନ୍ତି ବଳଭଦ୍ର ମାଝି । ନିର୍ବାଚନ ପୂର୍ବ ଦଳ ଡିଆଁ କିଛି ନୂଆ କଥା ହୋଇନଥିଲେ ସୁଦ୍ଧା ବିଜେଡିରୁ ବହୁ ନେତା ବିଜେପିରେ ଯୋଗ ଦେବାରେ ଲାଗିଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ନବରଙ୍ଗପୁର

By

Published : Mar 21, 2019, 1:12 AM IST

ନବରଙ୍ଗପୁର: ଶଙ୍ଖ ଛାଡି ପଦ୍ମ ଧରିଲେ ନବରଙ୍ଗପୁର ବିଜେଡି ସାଂସଦ ବଳଭଦ୍ର ମାଝୀ । ଆଜି ତାଙ୍କୁ ଜିଲ୍ଲା ବିଜେପି ପକ୍ଷରୁ ପୁଷ୍ପ ମାଲ୍ୟ ଦେଇ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି । ନବରଙ୍ଗପୁରସ୍ଥିତ ରଙ୍ଗମାଟିଗୁଡ଼ା ଶ୍ରୀ କଲ୍ୟାଣୀ ମଣ୍ଡପ ଠାରେ ସମ୍ବର୍ଦ୍ଧନା ସଭାର ଆୟୋଜନ କରାଯାଇଥିଲା । ଦଳରେ ତାଙ୍କୁ ଅଣଦେଖା କରାଯାଉଥିବାରୁ ସେ ଦଳ ଛାଡିବା ସହ ବିଜେପି ଯୋଗ ଦେଇଛନ୍ତି ।

ସେ ନିଜ ବକ୍ତବ୍ୟ କହିଛନ୍ତି କି, ମୁଁ ବିଜୁ ଜନତା ଦଳରେ ଯୋଗଦେଇ ନ ଥିଲି କିନ୍ତୁ ୨୦୧୪ ନିର୍ବାଚନରେ ବାଧ୍ୟ କରି ମୋତେ ମୁର୍ଗା ବନେଇବାକୁ ବିଜୁ ଜନତା ଦଳରେ ସାମିଲ କରିଥିଲେ। ପରେ ନିର୍ବାଚନ ଜିତିଲା ପରେ ମତେ ଭକୁଆ ବନେଇ ଖଟାଇ ଥିଲେ। ମୋତେ କୌଣସି ବିଜେଡ଼ି କାର୍ଯ୍ୟକ୍ରମରେ ଡାକୁ ନ ଥିଲେ ଓ ଅଣଦେଖା କରିବାରୁ ମୁଁ ଦଳ ଛାଡ଼ିବାକୁ ବାଧ୍ୟ ହେଲି ଓ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଲି।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ନବରଙ୍ଗପୁର

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅତି ଜ୍ଞାନୀ, ତେଣୁ ତାଙ୍କ ସହିତ ରହି ଦଳକୁ ସୁଦୃଢ଼ କରିବା ସହ ଦଳର ନୀତିନିୟମକୁ ନେଇ ଏହି ଅଞ୍ଚଳର ବିକାଶ ଧାରାକୁ ଆଗକୁ ବଢ଼େଇବାକୁ ଚେଷ୍ଟା କରିବି ବୋଲି ସାଂସଦ ବଳଭଦ୍ର ମାଝୀ କହିଛନ୍ତି । ଏହି ସମ୍ବର୍ଦ୍ଧନା ସଭାରେ ବହୁ କର୍ମୀମାନେ ନୂତନ ଭାବେ ଯୋଗ ଦେଇଛନ୍ତି ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ABOUT THE AUTHOR

...view details