ଓଡିଶା

odisha

ETV Bharat / state

୧୨ କିଲୋର ବଜ୍ରକାପ୍ତା ଉଦ୍ଧାର, 3 ଦଲାଲ ଗିରଫ - 3 arrested for bajrakapta case

ନବରଙ୍ଗପୁର ପୋଲିସ ଓ ବନବିଭାଗର ଏକ ଟିମ ତାରାଗାଁ ନିକଟସ୍ଥ ଜଙ୍ଗଲ ମଧ୍ୟରୁ ଏକ ଜୀବନ୍ତ ବଜ୍ରକାପ୍ତା ସହ ତିନି ଦଲାଲଙ୍କୁ ଗିରଫ କରିଛି । ବଜ୍ରକାପ୍ତାର ଓଜନ ୧୨ କିଲୋ ୬୪୦ ଗ୍ରାମ ହୋଇଥିବା ବେଳେ ବଜାରରେ ଏହାର ମୂଲ୍ୟ 5 ଲକ୍ଷ ଟଙ୍କା ।

Bajrakapta rescued
୧୨ କିଲୋର ବଜ୍ରକାପ୍ତା ଉଦ୍ଧାର, 3 ଦଲାଲ ଗିରଫ

By

Published : Nov 30, 2019, 12:01 AM IST

ନବରଙ୍ଗପୁର: ପୁଣି ଜିଲ୍ଲାରୁ ଉଦ୍ଧାର ହେଲା ବଜ୍ରକାପ୍ତା । ନବରଙ୍ଗପୁର ପୋଲିସ ଓ ବନ ବିଭାଗର ଏକ ଟିମ ତାରାଗାଁ ନିକଟସ୍ଥ ଜଙ୍ଗଲ ମଧ୍ୟରୁ ଏକ ଜୀବନ୍ତ ବଜ୍ରକାପ୍ତା ସହ ତିନି ଦଲାଲଙ୍କୁ ଗିରଫ କରିଛି । ଉଦ୍ଧାର ହୋଇଥିବା ବଜ୍ରକାପ୍ତାର ଓଜନ ୧୨ କିଲୋ ୬୪୦ ଗ୍ରାମ ହୋଇଥିବା ବେଳେ ଏହାର ଲମ୍ବ ରହିଛି ୪୩. ୫ ଇଞ୍ଚ । ଯାହାକୁ ୫ ଲକ୍ଷ ଟଙ୍କାରେ ବିକ୍ରି କରିବା ପାଇଁ ମୁଲଚାଲ କରିଥିବା ଜଣାପଡିଛି ।

୧୨ କିଲୋର ବଜ୍ରକାପ୍ତା ଉଦ୍ଧାର, 3 ଦଲାଲ ଗିରଫ

ତେବେ ଏହି ଚାଲାଣକାରୀମାନେ କୋରାପୁଟ ଜିଲ୍ଲା ଜୟପୁର ଥାନା ଅଞ୍ଚଳ ବାସିନ୍ଦା । ଏମାନେ ପ୍ରାୟତଃ ନବରଙ୍ଗପୁର ଜିଲ୍ଲାର ପଲ୍ଲୀ ଅଞ୍ଚଳ ଗୁଡିକୁ ଯାଇ ବଜ୍ରକାପ୍ତା ଅନୁସନ୍ଧାନ କରନ୍ତି । ବଜ୍ରକାପ୍ତା ମିଳିଲେ ତାକୁ ଧରି ରାଜ୍ୟ ବାହାରେ ବିକ୍ରି କରିବା ପାଇଁ ମୁଲଚାଲ କରନ୍ତି । ବିଶ୍ବସ୍ତ ସୂତ୍ରରୁ ଖବର ପାଇ ପୋଲିସ ଓ ବନବିଭାଗ ଚାଲାଣକାରୀଙ୍କ ଉପରେ ମିଳିତ ଚଢ଼ାଉ କରିଥିଲା । ଏନେଇ ଶୁକ୍ରବାର ସ୍ଥାନୀୟ ଏସପିଙ୍କ କାର୍ଯ୍ୟାଳୟରେ ଏକ ପ୍ରେସ ମିଟ ମାଧ୍ୟମରେ ଏସପି ନିତିନ କୁସଲକର ସୂଚନା ଦେଇଛନ୍ତି ।

ନବରଙ୍ଗପୁରରୁ ତପନ ବିଷୋୟୀ, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details