ନବରଙ୍ଗପୁର: ଭିଡ ହିଂସାକୁ ନେଇ ନବରଙ୍ଗପୁର ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ । ଶୁକ୍ରବାର ନବରଙ୍ଗପୁର ଜିଲ୍ଲା ବହୁଜନ କ୍ରାନ୍ତୀ ମୋର୍ଚ୍ଚାର ଏକ ଜିଲ୍ଲା ସ୍ତରୀୟ ଦଳ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ନବରଙ୍ଗପୁର ଜିଲ୍ଲାପାଳଙ୍କୁ ଭେଟି ଭିଡ ହିଂସା ବିରୋଧରେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି ।
ଭିଡହିଂସା ବିରୋଧରେ ଜିଲ୍ଲାପାଳଙ୍କୁ ଦାବିପତ୍ର ଦେଲା ବହୁଜନ କ୍ରାନ୍ତି ମୋର୍ଚ୍ଚା
ଶୁକ୍ରବାର ସାରା ଦେଶବ୍ୟାପୀ ଭିଡ ହିଂସା ବିରୋଧରେ ଆନ୍ଦୋଳନ ହେଉଥିବା ବେଳେ ନବରଙ୍ଗପୁରରେ ମଧ୍ୟ ଭିଡ ହିଂସାକୁ ନେଇ ନବରଙ୍ଗପୁର ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି ।
ଫଟୋ ସୌଜନ୍ୟ:ସମ୍ବାଦଦାତା, ନବରଙ୍ଗପୁର
ଶୁକ୍ରବାର ସାରା ଦେଶବ୍ୟାପୀ ଏହି ଆନ୍ଦୋଳନ କରାଯାଉ ଥିବାବେଳେ ନବରଙ୍ଗପୁରରେ ମଧ୍ୟ ଆନ୍ଦୋଳନ କରାଯାଉଥିବା ନେଇ ଦଳର ସଭାପତି ଶ୍ରୀ ନରହରି ନାୟକ କହିଛନ୍ତି । ତେବେ ଯଦି ଦାବିପତ୍ର ପୂରଣ ନହୁଏ ତେବେ ଆନ୍ଦୋଳନକୁ ତୀବ୍ରତର କରାଯିବ ବୋଲି ବହୁଜନ କ୍ରାନ୍ତି ମୋର୍ଚ୍ଚାର ଉପଦେଷ୍ଟା ଚନ୍ଦ୍ରଦ୍ବଜ ମାଝୀ ଚେତାବନୀ ଦେଇଛନ୍ତି ।
ନବରଙ୍ଗପୁରରୁ ତପନ କୁମାର ବିଶୋଇ, ଇଟିଭି ଭାରତ