ଓଡିଶା

odisha

ETV Bharat / state

ଅଜଣା ରୋଗରେ ଆକ୍ରାନ୍ତ କୁନି ପୁଅ, ଚିକିତ୍ସା ପାଇଁ ଅର୍ଥ ସାଜୁଛି ବାଧକ - baby son from nabarangpur is suffering from an unknown disease

ହୀରନ ଭତରାଙ୍କ ସ୍ତ୍ରୀ ଅଞ୍ଜନା, ପୁଅ ସୋମେଶ ଓ ଝିଅ ପଲ୍ଲବୀକୁ ନେଇ ଏକ ପରିବାର l ହେଲେ ଏହି ପରିବାରକୁ କାହା ନଜର ଲାଗିଲା କେଜାଣି ପୁଅକୁ ଜଣ୍ଡିସ ଆକ୍ରାନ୍ତ ହେବା ପରେ ତାଙ୍କ ପରିବାରକୁ ଦୁଃଖ ମାଡି ଆସିଲା l

ଅଜଣା ରୋଗରେ ଆକ୍ରାନ୍ତ କୁନି ପୁଅ, ଚିକିତ୍ସା ପାଇଁ ଅର୍ଥ ସାଜୁଛି ବାଧକ
ଅଜଣା ରୋଗରେ ଆକ୍ରାନ୍ତ କୁନି ପୁଅ, ଚିକିତ୍ସା ପାଇଁ ଅର୍ଥ ସାଜୁଛି ବାଧକ

By

Published : Jul 24, 2020, 5:37 AM IST

ନବରଙ୍ଗପୁର: ଜିଲ୍ଲା ପାପଡାହାଣ୍ଡି ବ୍ଲକ ଅନ୍ତର୍ଗତ ନୂଆକୋଟ ପଞ୍ଚାୟତ ପୂଜାରୀଗୁଡା ଗ୍ରାମର ଜଣେ ଭିନ୍ନକ୍ଷମ ପୁଅକୁ ନେଇ ଚିନ୍ତାରେ ପରିବାର l ହୀରନ ଭତରାଙ୍କ ସ୍ତ୍ରୀ ଅଞ୍ଜନା, ପୁଅ ସୋମେଶ ଓ ଝିଅ ପଲ୍ଲବୀକୁ ନେଇ ଏକ ପରିବାର l ହେଲେ ଏହି ପରିବାରକୁ କାହା ନଜର ଲାଗିଲା କେଜାଣି ପୁଅକୁ ଜଣ୍ଡିସ ଆକ୍ରାନ୍ତ ହେବା ପରେ ତାଙ୍କ ପରିବାରକୁ ଦୁଃଖ ମାଡି ଆସିଲା l

ଅଜଣା ରୋଗରେ ଆକ୍ରାନ୍ତ କୁନି ପୁଅ, ଚିକିତ୍ସା ପାଇଁ ଅର୍ଥ ସାଜୁଛି ବାଧକ

ବୟସ ବଡିବା ସହ ପୁଅ ଭିନ୍ନକ୍ଷମ ହେବାର ଲକ୍ଷଣ ଦେଖା ଯାଉଥିବା ହେତୁ ପୁଅକୁ ନବରଙ୍ଗପୁର, ଉମରକୋଟ, କୋରାପୁଟ ଚିକିତ୍ସାଳୟ ଗୁଡିକରେ ନେଇ ପରିବାର ଲୋକ ଚିକିତ୍ସା କରାଇଥିଲେ l ରୋଗ ଧୀରେ ଧୀରେ ଭଲ ହୋଇଯିବ ବୋଲି ଡାକ୍ତର ଆଶ୍ୱାସନା ଦେବା ପରେ ଘରକୁ ଫେରିଥିଲେ l ହୀରନ୍ ନିଜର ୨ ଏକର ଜମିରେ ଚାଷ କରିବା ସହ କୁଲି କାର୍ଯ୍ୟ କରି ପରିବାର ପ୍ରତିପୋଷଣ କରନ୍ତି l ଗରିବ ହିରନ ପୁଅର ସ୍ୱାସ୍ଥ୍ୟ ଅବସ୍ଥାରେ ଉନ୍ନତି ନ ଆସିବାରୁ ଚିନ୍ତାରେ ଥିବାବେଳେ ଅର୍ଥ ଅଭାବରୁ ଏବେ ଅନ୍ୟ ଉପାୟ କିଛି ନ ପାଇ ହାତ ବାନ୍ଧି ବସିଛନ୍ତି l ଏଣୁ ପ୍ରଶାସନ ଏହି ପରିବାର ପ୍ରତି ଦୃଷ୍ଟି ଦେଇ ପୁଅର ଚିକିତ୍ସା କରିବା ସକାଶେ ସହଯୋଗ ଓ ସାହାଯ୍ୟ କରିବା ପାଇଁ ଗ୍ରାମବାସୀ ଅନୁରୋଧ କରିଛନ୍ତି l

ନବରଙ୍ଗପୁରରୁ ତପନ କୁମାର ବିଷୟି, ଇଟିଭି ଭାରତ

ABOUT THE AUTHOR

...view details