ନବରଙ୍ଗୁପର: ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୧୫୦ ତମ ଜୟନ୍ତୀ ପାଳନ ଅବସରରେ ରାଜ୍ୟ ସରକାରଙ୍କ ଉତ୍କଳ କଳା ଓ ସଂସ୍କୃତିକୁ ବଜୟା ରଖିବା ପାଇଁ ‘ବ୍ଲକ ଓ ଜିଲ୍ଲା କଳା ସଂସ୍କୃତି ସଂଘ’ ଗଠନ କରାଯାଇ ଏକ ଅଭିନବ ପ୍ରୟାସ ଆରମ୍ଭ କରାଯାଇଛି । ଏହି ପରିପ୍ରେକ୍ଷୀରେ ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ଅନ୍ତର୍ଗତ ବି ମାଳିଗୁଡା ଗାଁକୁ ଜିଲ୍ଲା ସ୍ତରୀୟ ଲୋକକଳା ଗାଁ ଭାବେ ଚୟନ କରାଯାଇ ଲୋକାର୍ପିତ କରାଯାଇଛି ।
ଗାନ୍ଧୀ ଜୟନ୍ତୀ ଅବସରରେ ଲୋକ କଳା ଗ୍ରାମ ଲୋକାର୍ପିତ - ଲୋକ କଳା ଗ୍ରାମ ଲୋକାର୍ପିତ
ମହାତ୍ମା ଗାନ୍ଧୀଙ୍କ ୧୫୦ ତମ ଜୟନ୍ତୀ ପାଳନ ଅବସରରେ ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ଅନ୍ତର୍ଗତ ବି ମାଳିଗୁଡା ଗାଁକୁ ଜିଲ୍ଲା ସ୍ତରୀୟ ଲୋକକଳା ଗାଁ ଭାବେ ଚୟନ କରାଯାଇ ଲୋକାର୍ପିତ କରାଯାଇଛି ।
ଫଟୋ ସୌଜନ୍ୟ: ସମ୍ବାଦଦାତା, ନବରଙ୍ଗୁପର
ଗାନ୍ଧୀ ଜୟନ୍ତୀ ଅବସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ନବରଙ୍ଗପୁର ଜିଲ୍ଲାପାଳଙ୍କ ସମେତ ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ, ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ ପ୍ରମୁଖ ଯୋଗ ଦେଇଥିଲେ । ଏହି ଅବସରରେ ଜିଲ୍ଲା ଶ୍ରମ ବିଭାଗ ତରଫରୁ ପରିବା ବିକାଳୀ, ରିକ୍ସାବାଲାଙ୍କୁ ପେନସନ ପ୍ରଦାନ କରାଯାଇଥିଲା । ଏହାସହ ଜିଲ୍ଲା ଭାରପ୍ରାପ୍ତ ଚିକିତ୍ସାଅଧିକାରୀ ଉପସ୍ଥିତ ରହି ମୁଖ୍ୟ ଚିକିତ୍ସାଳୟ ତରଫରୁ ବିଶ୍ବାସ ଯୋଜନା ନାମକ ଏକ ପଠନ ପୁସ୍ତକ ବିଧାୟକ, ଜିଲ୍ଲାପାଳ ଓ ଏସପିଙ୍କ ଦ୍ଵାରା ଉନ୍ମୋଚନ ହୋଇଥିଲା ।
ନବରଙ୍ଗପୁରରୁ ତପନ ବିଷୋୟୀ, ଇଟିଭି ଭାରତ