ନବରଙ୍ଗପୁର: ରାଜ୍ୟରେ ଅନେକ ଅଞ୍ଚଳରେ ନିଆଁ ଲାଗିଛି । ନିଆଁ ଲାଗି ଜଳିଗଲାଣି ଏକର ଏକର ଜଙ୍ଗଲ । ଜଙ୍ଗଲକୁ ନିଆଁ ଦାଉରୁ ରକ୍ଷା କରିବା ପାଇଁ ନବରଙ୍ଗପୁର ଜିଲ୍ଲା କଷାଗୁମୁଡା ସଦରମହକୁମା ସ୍ଥିତ ସାପ୍ତାହିକ ବଜାର ଠାରେ କୋଡ଼ିଙ୍ଗା ବନ ବିଭାଗ ପକ୍ଷରୁ ସଚେତନତା ଶୋଭାଯାତ୍ରା ଆରମ୍ଭ ହୋଇଛି ।
ସମସ୍ତେ ହାତରେ ପ୍ଲାକାର୍ଡ ଧରି ଲୋକଙ୍କୁ ସଚେତନ କରିଛନ୍ତି । ଜଙ୍ଗଲରେ ନିଆଁ ଲଗେଇବା ଏକ ଦଣ୍ଡନୀୟ ଅପରାଧ , ଜଙ୍ଗଲ ଜାତ ଦ୍ରବ୍ୟ ମହୁଲ , ଗଛ ତଳେ ନିଆଁ ନ ଲଗେଇ ପାଣି ଛିଞ୍ଚି ଝାଡ଼ୁ କରିବା ସହ ବନ୍ୟଜନ୍ତୁ ବୁଲୁଥିବା ସମୟରେ ଏକୁଟିଆ ଜଙ୍ଗଲକୁ ନ ଯିବା, ଜଙ୍ଗଲରେ ନିଆଁ ଲାଗିଲେ ତୁରନ୍ତ ବନବିଭାଗକୁ ଖବର ଦେବା ଭଳି ଅନେକ ଜିନିଷ ଉପରେ ଲୋକମାନଙ୍କୁ ସଚେତନତା କରାଯାଇଛି । ଏହି ଶୋଭାଯାତ୍ରାରେ କୋଷଗୁମୁଡ଼ା ପୋଲିସ ମଧ୍ୟ ସାମିଲ ଥିଲେ ।