ନବରଙ୍ଗପୁର: ଅଟୋ ଦୁର୍ଘଟଣାରେ 13 ଆହତ । ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଝୋରିଗୁଡା ନିକଟସ୍ଥ ହଳଦୀଗୁଡା ଗ୍ରାମ ନିକଟରେ ଭାରସାମ୍ୟ ହରାଇ ଓଲଟିଲା ଅଟୋ । ଆହତଙ୍କୁ ଗ୍ରାମବାସୀ ଉଦ୍ଧାର କରି 108 ଆମ୍ବୁଲାନ୍ସ ଯୋଗେ ମେଡିକାଲ ପଠାଇଲେ ।
ଭାରସାମ୍ୟ ହରାଇ ଓଲଟିଲା ଅଟୋ, 13 ଆହତ - 108 ଆମ୍ବୁଲାନ୍ସ
ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଝୋରିଗୁଡା ନିକଟସ୍ଥ ହଳଦୀଗୁଡା ଗ୍ରାମ ନିକଟରେ ଭାରସାମ୍ୟ ହରାଇ ଓଲଟିଲା ଅଟୋ, 13 ଆହତ । ଆହତଙ୍କୁ ଗ୍ରାମବାସୀ ଉଦ୍ଧାର କରି 108 ଆମ୍ବୁଲାନ୍ସ ଯୋଗେ ମେଡିକାଲ ପଠାଇଲେ ।ଅଧିକ ପଢନ୍ତୁ...
![ଭାରସାମ୍ୟ ହରାଇ ଓଲଟିଲା ଅଟୋ, 13 ଆହତ auto-accident-in-jharigam-of-nabarangpur-13-injured](https://etvbharatimages.akamaized.net/etvbharat/prod-images/768-512-6252150-thumbnail-3x2-ngp.jpg)
ସୂଚନା ଅନୁଯାୟୀ ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ବନ୍ଦକୁନା ଗ୍ରାମବାସୀ ଧମନାଗୁଡା ସ୍ଥିତ ଭୈରବ ମନ୍ଦିର ଠାରେ ଭତରା ସମାଜ ପକ୍ଷରୁ ଏକ ବୈଠକ ଆୟୋଜନ କରାଯାଇଥିଲା । ସମାଜର ବୈଠକ ସାରି ଫେରୁଥିବା ବେଳେ ଝୋରିଗୁଡା ହଲଦୀଗୁଡା ନିକଟରେ ଅଟୋଟି ଭାରସାମ୍ୟ ହରାଇ ଓଲଟି ପଡିଥିଲା । ଅଟୋଟି ଓଲଟିବା ପରେ ସେଠାରୁ ଡ୍ରାଇଭର ଫେରାର ହୋଇଯାଇଥିଲା । ଶେଷରେ ଗ୍ରାମବାସୀ 108 ଆମ୍ବୁଲାନ୍ସକୁ ଯୋଗାଯୋଗ କରି ଆହତଙ୍କୁ ଉମରକୋଟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ଆହତ ୧୩ ଜଣଙ୍କୁ ଚିକିତ୍ସା ପରେ ସମସ୍ତେ ବିପଦମୁକ୍ତ ଥିବା ଡାକ୍ତର କହିଛନ୍ତି ।
ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ