ନବରଙ୍ଗପୁର: ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ପୁଣି ଜଣେ ସହକାରୀ ଯନ୍ତ୍ରୀ । ଉମରକୋଟ ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ଉପଖଣ୍ଡର ସହକାରୀ ଯନ୍ତ୍ରୀ ଇଂ କେ. ମୋହନ ପାତ୍ର ଲାଞ୍ଚ ନେଇ ଧରାପଡିଛନ୍ତି ।
ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ - nabrangpur news
ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଛନ୍ତି ଉମରକୋଟ ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ଉପଖଣ୍ଡର ସହକାରୀ ଯନ୍ତ୍ରୀ ଇଂ କେ. ମୋହନ ପାତ୍ର । ପଢନ୍ତୁ ସମ୍ପୂର୍ଣ୍ଣ ଖବର...
![ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ Assistant engineer in vilgilance trap](https://etvbharatimages.akamaized.net/etvbharat/prod-images/768-512-5511540-884-5511540-1577450636317.jpg)
ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ
ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ
ସୂଚନାନୁସାରେ, ବାନାମ୍ବର ପଣ୍ଡା ନାମକ ଜଣେ ଠିକାଦାରଙ୍କ ଠୁ କେ. ମୋହନ ଜଳ ଯୋଗାଣ ପାଇଁ ପାଇପ୍ ଲାଇନ ସଂଯୋଗ କରିବାକୁ 30 ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ଏନେଇ ସମ୍ପୃକ୍ତ ଠିକାଦାର ଜଣକ କୋରାପୁଟ ଭିଜିଲାନ୍ସ ନିକଟରେ ଅଭିଯୋଗ କରିଥିଲେ । ଶୁକ୍ରବାର ଅପରାହ୍ନରେ ସହକାରୀ ଯନ୍ତ୍ରୀ ବାନାମ୍ବରଙ୍କ ଠାରୁ ଲାଞ୍ଚ ନେବାବେଳେ ଭିଜିଲାନ୍ସ ତାଙ୍କୁ ଧରିଥିଲା । ଏହା ସହ ଲାଞ୍ଚ ଟଙ୍କାକୁ ମଧ୍ୟ ଜବତ କରିଥିଲା ।
ନବରଙ୍ଗପୁରରୁ ତପନ ବିଷୋୟୀ, ଇଟିଭି ଭାରତ