ଓଡିଶା

odisha

ETV Bharat / state

ନବରଙ୍ଗପୁରରେ କୋରୋନା ଦାଉ, ଆଉ 318 ଆକ୍ରାନ୍ତ ଚିହ୍ନଟ

ନବରଙ୍ଗପୁର ଜିଲ୍ଲାରେ ଗୋଟିଏ ଦିନରେ ତିନି ଅଙ୍କ ଛୁଇଁଲା ସଂକ୍ରମିତ ସଂଖ୍ୟା । ରବିବାର ଜିଲ୍ଲାରୁ 318 ନୂଆ ପଜିଟିଭ ଚିହ୍ନଟ । ଅଧିକ ପଢନ୍ତୁ...

ନବରଙ୍ଗପୁରରେ କୋରୋନା ଦାଉ, ଆଉ 318 ସଂକ୍ରମିତ ଚିହ୍ନଟ
ନବରଙ୍ଗପୁରରେ କୋରୋନା ଦାଉ, ଆଉ 318 ସଂକ୍ରମିତ ଚିହ୍ନଟ

By

Published : Apr 25, 2021, 5:20 PM IST

ନବରଙ୍ଗପୁର: ଜିଲ୍ଲାରେ କୋରୋନା ସଂକ୍ରମଣ ସହରରୁ ଗ୍ରାମାଞ୍ଚଳ ସବୁଆଡେ କାୟା ବିସ୍ତାର କରି ଚାଲିଛି । ଗତ କିଛିଦିନ ହେଲା ସଂକ୍ରମଣ ସଂଖ୍ୟା ଲଗାତାର ବୃଦ୍ଧି ପାଉଛି l ଆଜି(ରବିବାର) ଜିଲ୍ଲାରେ ଗୋଟିଏ ଦିନରେ ସଂକ୍ରମିତ ସଂଖ୍ୟା ତିନି ଅଙ୍କ ଛୁଇଁଛି । ଆଜି ସର୍ବାଧିକ 318 ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି l ଏହାକୁ ମିଶାଇ ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା 8 ହଜାର 406ରେ ପହଞ୍ଚିଛି।

ନବରଙ୍ଗପୁରରେ କୋରୋନା ଦାଉ, ଆଉ 318 ସଂକ୍ରମିତ ଚିହ୍ନଟ

ରବିବାର ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ଚନ୍ଦାହାଣ୍ଡି ବ୍ଲକରୁ 96 ଜଣ, ରାଇଘର ବ୍ଲକରୁ 72 ଜଣ, ଉମରକୋଟ ବ୍ଲକରୁ 37 ଜଣ, ତେନ୍ତୁଳିଖୁଣ୍ଟି ବ୍ଲକରୁ 36 ଜଣ, ଝରିଗାଁ ବ୍ଲକରୁ 29 ଜଣ, ଉମରକୋଟ ପୌରାଞ୍ଚଳରୁ 15 ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ନବରଙ୍ଗପୁର ପୌରାଞ୍ଚଳରୁ 9 ଜଣ, ପାପଡାହାଣ୍ଡି ଓ ନବରଙ୍ଗପୁର ବ୍ଲକରୁ 7 ଜଣ, ନନ୍ଦାହାଣ୍ଡି ବ୍ଲକରୁ 6 ଜଣ ଏବଂ ଡାବୁଗାଁ ଓ କୋଷାଗୁମୁଡା ବ୍ଲକରୁ 2 ଜଣ ଲେଖାଏଁ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି l

ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ମୋଟ 8 ହଜାର 406 କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ସେଥିମଧ୍ୟରୁ 6 ହଜାର 471 ଜଣ ସମ୍ପୂର୍ଣ୍ଣ ସୁସ୍ଥ ହୋଇଛନ୍ତି l ଏବେ ସୁଦ୍ଧା ମୋଟ 1 ହଜାର 879ଟି ସକ୍ରିୟ ମାମଲା ରହିଛି ଏବଂ 1 ହଜାର 802 ଜଣ ଏକାନ୍ତବାସରେ ରହି ଚିକିତ୍ସିତ ହେଉଛନ୍ତି l ଏଯାବତ୍ ଜିଲ୍ଲାରେ 2 ଲକ୍ଷ 34 ହଜାର 466 ଜଣଙ୍କର ସ୍ୱାବ ସଂଗ୍ରହ କରାଯାଇ କୋଭିଡ ପରୀକ୍ଷା କରାଯାଇଥିବା ଜିଲ୍ଲା ପ୍ରଶାସନ ତରଫରୁ ସୂଚନା ଦିଆଯାଇଛି l

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ABOUT THE AUTHOR

...view details