ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲାରେ ବଢୁଛି କରୋନା ସଂକ୍ରମଣ । ମୁଖ୍ୟତଃ ପଡ଼ୋଶୀ ଛତିଶଗଡ଼ ସୀମାବର୍ତ୍ତୀ ବ୍ଲକର ଗ୍ରାମାଞ୍ଚଳ ସ୍ଥିତି ଭୟାବହ ହେବାରେ ଲାଗିଛି। ଗୁରୁବାର ଦିନ 207 କରୋନା ପଜିଟିଭି ଚିହ୍ନଟ ହୋଇଥିବା ଆଜି (ଶୁକ୍ରବାର) ଏହା 257କୁ ବୃଦ୍ଧି ପାଇଛି l
ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଚନ୍ଦାହାଣ୍ଡି ବ୍ଲକରୁ 100, ରାଇଘର ବ୍ଲକରୁ 49, ଉମରକୋଟ ପୌରାଞ୍ଚଳରୁ 25, ଝରିଗାଁ ବ୍ଲକରୁ 23, ଉମରକୋଟ ବ୍ଲକରୁ 22, ପାପଡାହାଣ୍ଡିରୁ 9, ନବରଙ୍ଗପୁର ପୌରାଞ୍ଚଳ ଓ କୋଷାଗୁମୁଡା, ତେନ୍ତୁଳିଖୁଣ୍ଟି ବ୍ଲକରୁ 7ଜଣ ଲେଖାଏଁ, ନନ୍ଦାହାଣ୍ଡି ବ୍ଲକରୁ 5 , ଡାବୁଗାଁ ବ୍ଲକରୁ 2, ନବରଙ୍ଗପୁର ବ୍ଲକରୁ ଜଣେ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି l