ଓଡିଶା

odisha

ETV Bharat / state

ଦୁର୍ଗମ ଅଞ୍ଚଳର ବିପର୍ଯ୍ୟସ୍ତ ରାସ୍ତା: ଆସିପାରିଲାନି ଆମ୍ବୁଲାନ୍ସ, ଖଟିଆରେ ବୁହା ହେଲେ ରୋଗୀ - ଖଟିଆରେ ବୁହା ହେଲେ ରୋଗୀ

ଦୁର୍ଗମ ଅଞ୍ଚଳରେ ବିପର୍ଯ୍ୟସ୍ତ ରାସ୍ତା, ଅଧବାଟରେ ଅଟକିଲା ଆମ୍ବୁଲାନ୍ସ ଖଟିଆରେ ବୁହା ହେଲେ ରୋଗୀ । ଅଧିକ ପଢନ୍ତୁ....

ଦୁର୍ଗମ ଅଞ୍ଚଳର ବିପର୍ଯ୍ୟସ୍ତ ରାସ୍ତା, ଆମ୍ବୁଲାନ୍ସ ନଆସିବାରୁ ଖଟିଆରେ ବୁହା ହେଲେ ରୋଗୀ
ଦୁର୍ଗମ ଅଞ୍ଚଳର ବିପର୍ଯ୍ୟସ୍ତ ରାସ୍ତା, ଆମ୍ବୁଲାନ୍ସ ନଆସିବାରୁ ଖଟିଆରେ ବୁହା ହେଲେ ରୋଗୀ

By

Published : Jul 31, 2021, 10:44 AM IST

ନବରଙ୍ଗପୁର:ପୁଣି ସାମ୍ନାକୁ ଆସିଲା ଦୁର୍ଗମ ଅଞ୍ଚଳର କରୁଣ ଚିତ୍ର । ଗାଁକୁ ରାସ୍ତା ନଥିବାରୁ ପହଞ୍ଚି ପାରିଲାନାହିଁ ଆମ୍ବୁଲାନ୍ସ । ଫଳରେ ଖଟିଆରେ ବୁହା ହେଲେ ଗୁରୁତର ରୋଗୀ । ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ଅନ୍ତର୍ଗତ କୂର୍ସି ପଞ୍ଚାୟତର ରାବନାଗୁଡା ଗ୍ରାମରେ । ଗ୍ରାମର ମନଦେଇ ଭତ୍ରା ନାମକ ଜଣେ ମହିଳା ଜ୍ୱରରେ ପୀଡିତ ଥିବାବେଳେ ହସ୍ପିଟାଲ ନେବା ପାଇଁ ଆମ୍ବୁଲାନ୍ସ ସହ ଯୋଗାଯୋଗ କରାଯାଇଥିଲା । ହେଲେ ରାସ୍ତାର ଅବସ୍ଥା ବିପର୍ଯ୍ୟସ୍ତ ହୋଇପଡିଥିବାରୁ କାଦୁଅରେ ଅଟକି ରହିଥିଲା ଆମ୍ବୁଲାନ୍ସ ।

ଫଳରେ ଗ୍ରାମରେ ଆମ୍ବୁଲାନ୍ସ ପହଞ୍ଚି ନପାରିବାରୁ ଗ୍ରାମ ଲୋକେ ଏକ ଖଟିଆ ସାହାଯ୍ୟରେ ରୋଗୀକୁ ବୋହି ଆମ୍ବୁଲାନ୍ସ ପାଖକୁ ଆଣିଥିଲେ। ତେବେ ରାସ୍ତାର ଅବସ୍ଥା ବିପର୍ଯ୍ୟସ୍ତ ହୋଇପଡିଥିବାରୁ ଏହାର ମରାମତି ପାଇଁ ବାରମ୍ବାରର ସରପଞ୍ଚଙ୍କୁ ଜଣାଇଥିଲେ ମଧ୍ୟ ରାସ୍ତା ତିଆରି ହେଉନଥିବାରୁ ଗ୍ରାମବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି । ଯଦି ତୁରନ୍ତ ଏହି ରାସ୍ତାକୁ ପକ୍କା ରାସ୍ତାରେ ପରିଣତ କରାନଯାଏ, ତେବେ ଗ୍ରାମବାସୀ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ABOUT THE AUTHOR

...view details