ନବରଙ୍ଗପୁର: ବିଧାୟକ ଓ ସାଂସଦଙ୍କ ଦ୍ଵାରା ଭତ୍ତା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ନବରଙ୍ଗପୁର ଜିଲ୍ଲା ସିମାନ୍ତବର୍ତ୍ତୀ ରାଇଘର ବ୍ଲକର ଚାରୋଟି ଗ୍ରାମ ପଞ୍ଚାୟତ, ଛେଳିଡ଼ଙ୍ଗରି, କଚରାପାରା, ମୋହଣ୍ଡ, ଦେବାଗାଁରେ ହିତାଧୀକାରୀଙ୍କୁ ଭତ୍ତା ବଣ୍ଟନ କରାଯାଇଛି।
ବିଧାୟକ-ସାଂସଦଙ୍କ ଦ୍ଵାରା ଭତ୍ତା ବଣ୍ଟନ - ଉମରକୋଟ ବିଧାୟକ ନିତ୍ୟାନନ୍ଦ ଗଣ୍ଡ
ନବରଙ୍ଗପୁର ଜିଲ୍ଲା ସିମାନ୍ତବର୍ତ୍ତୀ ରାଇଘର ବ୍ଲକର ଚାରୋଟି ଗ୍ରାମ ପଞ୍ଚାୟତ, ଛେଳିଡ଼ଙ୍ଗରି, କଚରାପାରା, ମୋହଣ୍ଡ, ଦେବାଗାଁରେ ହିତାଧୀକାରୀଙ୍କୁ ଭତ୍ତା ବଣ୍ଟନ କରାଯାଇଛି ।
![ବିଧାୟକ-ସାଂସଦଙ୍କ ଦ୍ଵାରା ଭତ୍ତା ବଣ୍ଟନ Allowance distribution program at 4 pachayat of Nabrangpur by MP and MLA](https://etvbharatimages.akamaized.net/etvbharat/prod-images/768-512-7825583-thumbnail-3x2-wc.jpeg)
ବିଧାୟକ-ସାଂସଦଙ୍କ ଦ୍ଵାରା ଭତ୍ତା ବଣ୍ଟନ
ବିଧାୟକ-ସାଂସଦଙ୍କ ଦ୍ଵାରା ଭତ୍ତା ବଣ୍ଟନ
ପ୍ରଥମ ପର୍ଯ୍ୟାୟରେ ୧୧୮ଜଣ ହିତାଧିକାରୀଙ୍କୁ ଉମରକୋଟ ବିଧାୟକ ନିତ୍ୟାନନ୍ଦ ଗଣ୍ଡ, ସାଂସଦ ରମେଶ ଚନ୍ଦ୍ର ମାଝୀ ଉପସ୍ଥିତ ରହି ଭତ୍ତା ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ବ୍ଲକ ଅଧ୍ୟକ୍ଷ ବିନ ଗଣ୍ଡ, ଜିଲ୍ଲା ପରିଷଦ ସଭ୍ୟ ସୁଦର୍ଶନ ମାଝୀ, B.D.O ଯୁଧିଷ୍ଠିର ନାୟକ, ବିଧାୟକଙ୍କ ସହଯୋଗୀ ଶ୍ୟାମଲାଲ କଲାର, ମନୋହର ଦଣ୍ଡସେନା, ଡବ୍ଲୁ ଗଣ୍ଡ, ରାମନାଥ କେଉଟ, ପ୍ରଣବ ଭୂୟାଁ ଏବଂ ଗ୍ରାମପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ ପ୍ରମୁଖ ଉପସ୍ଥିତ ଥିଲେ।
ନବରଙ୍ଗପୁରରୁ ତପନ କୁମାର ବିଷୟି, ଇଟିଭି ଭାରତ