ଓଡିଶା

odisha

ETV Bharat / state

ସ୍ୱଚ୍ଛ ଭାରତ ମିଶନ ନାମରେ ଟଙ୍କା ହଡ଼ପ ଅଭିଯୋଗ, ଥାନାରେ ଏତଲା - ଝରିଗାଁ ବ୍ଲକରେ ସ୍ୱଛ ଭାରତ ମିଶନ ନାମରେ ଟଙ୍କା ହଡ଼ପ

ସ୍ୱଛ ଭାରତ ମିଶନ ନାମରେ ଟଙ୍କା ହଡ଼ପ ଅଭିଯୋଗ ନେଇ ବିଡ଼ିଓଙ୍କ ବିରୋଧରେ ୧୦୦ ରୁ ଅଧିକ ହିତାଧିକାରୀ ଥାନାରେ ଏତଲା ଦେଇଛନ୍ତି । ଗୋଟିଏ ଶୌଚାଳୟ ପିଛା ୨୦୦୦ ଟଙ୍କା ପିଶି ବିଡ଼ିଓ ମହୋଦୟ ବାହାଦୁର ସିଂ ଧୁରୁଆ ନେଇ ଥିବା ଅଭିଯୋଗ କରିଛନ୍ତି ହିତାଧିକାରୀ । ଅଧିକ ପଢନ୍ତୁ...

ସ୍ୱଚ୍ଛ ଭାରତ ମିଶନ ନାମରେ ଟଙ୍କା ହଡ଼ପ ଅଭିଯୋଗ, ଥାନାରେ ଏତଲା
ସ୍ୱଚ୍ଛ ଭାରତ ମିଶନ ନାମରେ ଟଙ୍କା ହଡ଼ପ ଅଭିଯୋଗ, ଥାନାରେ ଏତଲା

By

Published : Nov 25, 2020, 10:48 PM IST

ନବରଙ୍ଗପୁର: ସ୍ୱଛ ଭାରତ ମିଶନ ନାମରେ ଟଙ୍କା ହଡ଼ପ ଅଭିଯୋଗ ନେଇ ବିଡ଼ିଓଙ୍କ ବିରୋଧରେ ୧୦୦ ରୁ ଅଧିକ ହିତାଧିକାରୀ ଥାନାରେ ଏତଲା ଦେଇଛନ୍ତି । ଗ୍ରାମ୍ୟ ପରିବେଶକୁ ସୁନ୍ଦର କରିବା ସହ ଗ୍ରାମ ଗୁଡ଼ିକୁ ବାହ୍ୟ ମୁକ୍ତ କରିବା ଉଦ୍ଦେଶ୍ୟ ନେଇ କେନ୍ଦ୍ର ସରକାର ଆରମ୍ଭ କରିଥିଲେ ସ୍ୱଚ୍ଛ ଭାରତ ମିଶନ ଏବଂ ପ୍ରତ୍ୟେକ ପରିବାରକୁ ଶୌଚାଳୟ ଯୋଗାଇ କୋଟି କୋଟି ଟଙ୍କା ଖର୍ଚ୍ଚ ମଧ୍ୟ କରିଥିଲେ। କିନ୍ତୁ ବିଡମ୍ବନାର ବିଷୟ ହେଉଛି ହିତାଧିକାରୀଙ୍କ ନାମରେ ଆସିଥିବା ଶୌଚାଳୟ ଟଙ୍କାକୁ ହଡ଼ପ କରିଚାଲିଛନ୍ତି ଖୋଦ୍ ସରକାରୀ ବାବୁ।

ସ୍ୱଚ୍ଛ ଭାରତ ମିଶନ ନାମରେ ଟଙ୍କା ହଡ଼ପ ଅଭିଯୋଗ, ଥାନାରେ ଏତଲା

ଏଭଳି ସାଙ୍ଘାତିକ ଅଭିଯୋଗ ଆସିଛି ନବରଙ୍ଗପୁର ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ତଥା ପଛୁଆ ଅଞ୍ଚଳ ଭାବେ ପରିଚିତ ଝରିଗାଁ ବ୍ଲକରୁ । ଯେଉଁଠି ୨୬୩୫୫ ଗୋଟି ଶୌଚାଳୟ ନିର୍ମାଣ ବାବଦକୁ ଟଙ୍କା ଖର୍ଚ୍ଚ ହୋଇଛି। ସେଥିମଧ୍ୟରୁ ଗୋଟିଏ ଶୌଚାଳୟ ପିଛା ୨୦୦୦ ଟଙ୍କା ପିଶି ବିଡ଼ିଓ ମହୋଦୟ ବାହାଦୁର ସିଂ ଧୁରୁଆ ନେଇ ଥିବା ଅଭିଯୋଗ କରିଛନ୍ତି ହିତାଧିକାରୀ। ନବରଙ୍ଗପୁର ଠାରେ ଏକ ସାମ୍ବାଦିକ ସମ୍ମିଳୀରେ ପୂର୍ବତନ ସାଂସଦ ପ୍ରଦୀପ ମାଝୀ ଅଭିଯୋଗ ଆଣିଥିବା ବେଳେ, ଆଜି ବିଡିଓଙ୍କ ବିରୋଧରେ ହିତାଧିକାରୀ ପ୍ରଦୀପ ମ।ଝିଙ୍କ ନେତୃତ୍ୱରେ ଝରିଗାଁ ଥାନାରେ ଶତାଧିକ ହିତାଧିକରୀ ଏକ ରାଲି ମାଧ୍ୟମରେ ଆସି ଏତଲା ଦେଇଛନ୍ତି।

ସ୍ୱଚ୍ଛ ଭାରତ ମିଶନ ନାମରେ ଟଙ୍କା ହଡ଼ପ ଅଭିଯୋଗ, ଥାନାରେ ଏତଲା

ଏହି ଅବସରରେ କଂଗ୍ରେସ ଜିଲ୍ଲା ସଭାପତି ମୁନା ତ୍ରିପାଠୀ, ଅ।ଧିବାସୀ କଂଗ୍ରେସ ନେତା ଅଖିଲ ଭତ୍ରା, ସୁମିତ ପୂଜାରୀ, ଜିଲ୍ଲା ପରିଷଦ ପଦ୍ମନାଭ ପାଣ୍ଡେ, ତମ୍ବୁଦାସ ପନକା, ଜିହ୍ନବାସ ଚୌଧୁରୀଙ୍କ, ସହ ସମସ୍ତ କଂଗ୍ରେସ କର୍ମୀ ଯୋଗ ଦେଇଥିଲେ । ଆଗାମୀ ଦିନରେ ପର୍ଯ୍ୟାୟ କ୍ରମେ ଏତଲା ଦେବା କାର୍ଯ୍ୟକ୍ରମ ଚାଲୁରହିବ ବୋଲି କହିଛନ୍ତି ପ୍ରଦୀପ ମାଝୀ


ସେପଟେ ବିଡ଼ିଓ ଙ୍କ ବିରୋଧରେ ଆସିଥିବା ଅଭିଯୋଗ ସମ୍ପର୍କରେ ବିଡ଼ିଓଙ୍କୁ ପଚାରିବାରୁ ସେ ଅଭିଯୋଗକୁ ଦୃଢ଼ ଭାବେ ଖଣ୍ଡନ କରିବା ସହ କରୋନ। ଯୋଗୁଁ କେତେକ ସ୍ଥାନରେ ଶୌଚାଳୟ ନିର୍ମାଣ କାର୍ଯ୍ୟ ଅଟକି ରହିଛି ଓ ତାହା ଖୁବ୍ ଶୀଘ୍ର ସମ୍ପୁର୍ଣ୍ଣ କରାଯିବ ବୋଲି ପ୍ରକାଶ କରିଛନ୍ତି।


ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ABOUT THE AUTHOR

...view details