ଓଡିଶା

odisha

ETV Bharat / state

ଅଙ୍ଗନୱାଡ଼ି କର୍ମୀ ଚୟନ ଓ ନିଯୁକ୍ତିରେ ବ୍ୟାପକ ଅନିୟମିତତା ଅଭିଯୋଗ - ଅଙ୍ଗନୱାଡ଼ି କର୍ମୀ ଚୟନ, ନିଯୁକ୍ତିରେ ବ୍ୟାପକ ଅନିୟମିତତା

ନବରଙ୍ଗପୁରରେ ଅଙ୍ଗନୱାଡ଼ି କର୍ମୀ ଚୟନ ଓ ନିଯୁକ୍ତିରେ(Anganwadi workers selection) ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ କରିଛନ୍ତି କିଛି ଆଶାୟୀ ପ୍ରାର୍ଥିନୀ। ତେବେ ଉପଯୁକ୍ତ ତଦନ୍ତ କରାଯାଇ ଯୋଗ୍ୟ ପାର୍ଥିନୀଙ୍କୁ ନିଯୁକ୍ତି କରା ନଗଲେ ହାଇକୋର୍ଟର(high court) ଆଶ୍ରୟ ନେବେ ବୋଲି ଚେତାବନୀ ଦିଆଯାଇଛି । ଅଧିକ ପଢନ୍ତୁ

ଅଙ୍ଗନୱାଡ଼ି କର୍ମୀ ଚୟନ ଓ ନିଯୁକ୍ତିରେ ବ୍ୟାପକ ଅନିୟମିତତା ଅଭିଯୋଗ
ଅଙ୍ଗନୱାଡ଼ି କର୍ମୀ ଚୟନ ଓ ନିଯୁକ୍ତିରେ ବ୍ୟାପକ ଅନିୟମିତତା ଅଭିଯୋଗ

By

Published : Dec 30, 2021, 8:55 AM IST

ନବରଙ୍ଗପୁର: ଜିଲ୍ଲାରେ ଅଙ୍ଗନୱାଡ଼ି କର୍ମୀ ଚୟନ ଓ ନିଯୁକ୍ତିରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ କରିଛନ୍ତି କିଛି ଆଶାୟୀ ପ୍ରାର୍ଥିନୀ। ଆଶାୟୀଙ୍କ ଅଭିଯୋଗ ଅନୁଯାୟୀ ନବରଙ୍ଗପୁର ଜିଲ୍ଲା ପ୍ରଶାସନ, ଅଙ୍ଗନୱାଡ଼ି କର୍ମୀଙ୍କ ନିଯୁକ୍ତି ପାଇଁ ଗତ ଅଗଷ୍ଟ ମାସରେ ବିଜ୍ଞାପନ ବାହାର କରିଥିଲେ । ତେବେ ନିଯୁକ୍ତି ପାଇଁ ଯେଉଁ ସର୍ତ୍ତାବଳୀ ରଖାଯାଇଥିଲା ଚୟନ ବେଳେ ତାହାର ଖୋଲାଖୋଲି ଉଲ୍ଲଘଂନ କରାଯାଇଛି ।

ଅଙ୍ଗନୱାଡ଼ି କର୍ମୀ ଚୟନ ଓ ନିଯୁକ୍ତିରେ ବ୍ୟାପକ ଅନିୟମିତତା ଅଭିଯୋଗ

ସ୍ଥାନୀୟ ପାର୍ଥିନୀଙ୍କୁ ଅଗ୍ରାଧିକାର ଦିଆନଯାଇ ଜିଲ୍ଲା ବାହାର ମହିଳାଙ୍କୁ ନିଯୁକ୍ତି ଦିଆଯାଇଛି । କିଛି ସ୍ଥାନରେ ଅଧିକା ମାର୍କ ରଖିଥିବା ଓ ଅଧିକ ଶିକ୍ଷାଗତ ଯୋଗ୍ୟତା ଥିବା ପାର୍ଥିନୀଙ୍କୁ ବାଦ ଦିଆଯାଇ କମ ମାର୍କ ରଖିଥିବା ଓ କମ ଶିକ୍ଷାଗତ ଯୋଗ୍ୟତା ପାର୍ଥିନୀଙ୍କୁ ନିଯୁକ୍ତି ଦିଆଯାଇଛି । ଏହିସବୁକୁ ବିରୋଧ କରି ଜିଲ୍ଳାର ଚାରିଗୋଟି ପଞ୍ଚାୟତର ନଅ ଜଣ ଆଶାୟୀ ପ୍ରାର୍ଥିନୀ ଉପଜିଲ୍ଲପାଳଙ୍କ ଦ୍ବାରସ୍ଥ ହୋଇଥିଲେ । ତେବେ ଉପଜିଲ୍ଲପାଳଙ୍କ ଅନୁପସ୍ଥିତି ଯୋଗୁଁ ଅତିରିକ୍ତ ଉପଜିଲ୍ଲପାଳ ପ୍ରଶାନ୍ତ କୁମାର ରାଉତଙ୍କୁ ଅଭିଯୋଗ ଦାଖଲ କରିଛନ୍ତି ।

ଏହି ଅଭିଯୋଗର ଉପଯୁକ୍ତ ତଦନ୍ତ କରାଯାଇ ଯୋଗ୍ୟ ପାର୍ଥିନୀଙ୍କୁ ନିଯୁକ୍ତି କରା ନଗଲେ ହାଇକୋର୍ଟର ଆଶ୍ରୟ ନେବେ ବୋଲି ଚେତାବନୀ ଦେଇଛନ୍ତି ଆଶାୟୀ ପ୍ରାର୍ଥିନୀ । ଅପରପକ୍ଷେ ଅତିରିକ୍ତ ଉପଜିଲ୍ଲପାଳ ପ୍ରଶାନ୍ତ କୁମାର ରାଉତ ଅଭିଯୋଗର ତଦନ୍ତ କରାଯିବ ବୋଲି ପ୍ରତଶ୍ରୁତି ଦେଇଛନ୍ତି।


ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

For All Latest Updates

TAGGED:

ABOUT THE AUTHOR

...view details