ଓଡିଶା

odisha

ETV Bharat / state

ନବରଙ୍ଗପୁର ମହାବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ଉତ୍ସବରେ ନିମନ୍ତ୍ରିତ ଅତିଥିଙ୍କୁ ଅପମାନ - ରାଜ ପରିବାର ସଦସ୍ୟଙ୍କୁ ଅପମାନ

ନବରଙ୍ଗପୁର ମହାବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ଉତ୍ସବରେ ନିମନ୍ତ୍ରିତ ରାଜ ପରିବାର ସଦସ୍ୟଙ୍କୁ ଅପମାନ । ଭିଡ଼ିଓ ଜାରି କରି ଦୁଃଖ ପ୍ରକାଶ କଲେ ରାଜପରିବାର ସଦସ୍ୟ । ଅଧିକ ପଢ଼ନ୍ତୁ

allegation of insulting an invited guest at golden jubilee celebration of nabarangpur college
ନବରଙ୍ଗପୁର ମହାବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ଉତ୍ସବରେ ନିମନ୍ତ୍ରିତ ଅତିଥିଙ୍କୁ ଅପମାନ

By

Published : Oct 15, 2022, 12:44 PM IST

Updated : Oct 15, 2022, 1:23 PM IST

ନବରଙ୍ଗପୁର: ଜିଲ୍ଲା ମହାବିଦ୍ୟାଳୟରେ ସୁବର୍ଣ୍ଣ ଜୟନ୍ତୀ ଉତ୍ସବର ଶୁଭାରମ୍ଭ ହୋଇଛି । ଏହି ଅବସରରେ ନିମନ୍ତ୍ରିତ ଅତିଥିଙ୍କୁ ଅପମାନିତ କରାଯାଇଥିବା ଅଭିଯୋଗ ହୋଇଛି । ଉତ୍ସବ ପାଳନ ବେଳେ ରାଜପରିବାରଙ୍କୁ ନିମନ୍ତ୍ରଣ କରି ଭୁଲି ଯାଇଥିବା ରାଜ ପରିବାର ସଦସ୍ୟ ଏକ ଭିଡିଓ ମାଧ୍ୟମରେ କହିଛନ୍ତି । ଏହାକୁ ନେଇ ନିନ୍ଦା ପ୍ରକାଶ କରିବା ସହ ଅପମାନିତ ହୋଇଥିବା ସେ କହିଛନ୍ତି ।

ନବରଙ୍ଗପୁର ମହାବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ଉତ୍ସବରେ ନିମନ୍ତ୍ରିତ ଅତିଥିଙ୍କୁ ଅପମାନ

ନବରଙ୍ଗପୁର ମହାବିଦ୍ୟାଳୟ ପଚାଶ ବର୍ଷ ପୂର୍ତ୍ତି ଅବସରକୁ ଧୂମଧାମରେ ପାଳନ କରିବାକୁ ଅଣ୍ଟା ଭିଡ଼ିଛନ୍ତି କଲେଜ କର୍ତ୍ତୃପକ୍ଷ । ଏହି ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ଚଳିତ ଡିସେମ୍ବରରେ ପାଳନ ହେବାକୁ ଯାଉଥିବା ବେଳେ ନବରଙ୍ଗପୁରର ଅଧିଷ୍ଠାତ୍ରୀ ଦେବି ମା' ଭଣ୍ଡାରଘରଣୀ ମନ୍ଦିର ପୀଠରୁ ଏକ ବିଶାଳ ମଶାଲ ଶୋଭାଯାତ୍ରାରେ ଶୁଭାରମ୍ଭ କରାଯାଇଛି । ରାଜପୁରୋହିତଙ୍କ ତତ୍ତ୍ବାବଧାନରେ ମନ୍ଦିର ପ୍ରାଙ୍ଗଣରେ ପୂଜାର୍ଚ୍ଚନା କରି ଅତିଥି ମାନେ ହାତରେ ମଶାଲ ଧରି ଶୋଭାଯାତ୍ରାରେ ସହର ପରିକ୍ରମା କରି କଲେଜ ପରିସରକୁ ପହଞ୍ଚିଥିଲେ । ମହାବିଦ୍ୟାଳୟରେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀମାନେ ବାଣ ଫୁଟାଇ ନାଚ ଗୀତରେ ଝୁମିବା ସହ ସମସ୍ତ ଅଧ୍ୟାପକ ଅଧ୍ୟାପିକା, ପୁରାତନ ଛାତ୍ରଛାତ୍ରୀ, ସ୍ଥାନୀୟ ନେତା, ଜିଲ୍ଲା ପ୍ରଶାସନ ମିଳିତ ଭାବେ ଏହି କାର୍ଯ୍ୟକ୍ରମକୁ ସମ୍ପାଦନ କରିଥିଲେ । ତେବେ ଏହାରି ଭିତରେ ରାଜପରିବାରର ସଦସ୍ୟ ଅସିତ ଦେଓ ଅପମାନିତ ହୋଇଥିବା କହିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ:ମହଙ୍ଗା ପଡିଲା ପ୍ରେମ ସମ୍ପର୍କ, ଖୁଣ୍ଟରେ ବାନ୍ଧି ଯୁବକଙ୍କୁ ନିସ୍ତୁକ ମାଡ

ସେ ଏକ ଭିଡିଓ ଜାରି କରି କହିଛନ୍ତି, "କାର୍ଯ୍ୟକ୍ରମ ଅନୁସାରେ ମା' ନିକଟରେ ପୂଜା କରି ସମସ୍ତ କାର୍ଯ୍ୟକ୍ରମର ଶୁଭ ମନାସି ମଶାଲ ଜଳାଇ ଜିଲ୍ଲାପାଳଙ୍କୁ ଦେଇଥିଲି । ଏହାପରେ ନେତା, ମନ୍ତ୍ରୀ ଓ କଲେଜ ଆଲୁମିନି କମିଟି କଲେକ୍ଟରଙ୍କ ସହ ବେଶ ଆନନ୍ଦରେ ଶୋଭାଯାତ୍ରାରେ ଚାଲି ଯାଇଥିବା ବେଳେ ମୋତେ ଭୁଲିଯାଇଥିଲେ । ଏହି ଘଟଣାଟି ମନରେ କଷ୍ଟ ଦେଇଥିବା ଯୋଗୁଁ ଶୋଭାଯାତ୍ରାରେ ନ ଯାଇ ଘରକୁ ଫେରି ଆସିଥିଲି। " ଏହାକୁ ନେଇ ସେ ଅତ୍ୟନ୍ତ ଦୁଃଖ ପ୍ରକାଶ କରିଛନ୍ତି । ଏହି ଘଟଣାକୁ ରାଜ ପୁରୋହିତ ସମେତ କଲେଜ ଆଲୁମିନି କମିଟି ଉପ ସଭାପତି ମଧ୍ୟ ତୀବ୍ର ନିନ୍ଦା କରିଛନ୍ତି ।

ଇଟିଭି ଭାରତ, ନବରଙ୍ଗପୁର

Last Updated : Oct 15, 2022, 1:23 PM IST

ABOUT THE AUTHOR

...view details