ନବରଙ୍ଗପୁର: ଗ୍ରାମ ପଞ୍ଚାୟତ ଦ୍ବାରା ନିର୍ମିତ ଦୋକାନ ଗୃହ ଆବଣ୍ଟନ ବେଳେ ଅନିୟମିତତା ଆଶଙ୍କା । ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ଅଧିନସ୍ଥ ଡଙ୍ଗରିଗୁଡା ଗ୍ରାମ ପଞ୍ଚାୟତ ହାଟପଦା ରାସ୍ତା ପାର୍ଶ୍ଵରେ ଥିବା ମାର୍କେଟ କଂପ୍ଲେକ୍ସ ଦୋକାନ ଗୃହ ଆବଣ୍ଟନ ବେଳେ ଏଭଳି ସ୍ଥିତି ଦେଖାଯାଇଛି ।
କିଛି ବ୍ୟବସାୟୀ ବଣ୍ଟନ ପୂର୍ବରୁ କିଛି ଦୋକାନ ଗୃହରେ ଜିନିଷ ଆଣି ରଖିବା, ବିନା ସୂଚନାରେ କିମ୍ବା ତଥ୍ୟ ଗୁଡିକ ଗୁପ୍ତ ରଖି ଦୋକାନ ଗୃହ ଆବଣ୍ଟନ ହୋଇପାରେ ବୋଲି ଡଙ୍ଗରିଗୁଡାବାସୀ ଆଶଙ୍କା କରୁଛନ୍ତି । ଏହାକୁ ନେଇ କୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତି ହେଲେ ଆନ୍ଦୋଳନ କରିବାକୁ ମଧ୍ୟ ପ୍ରସ୍ତୁତ ହେଉଛନ୍ତି । ବିଜେପି ଜିଲ୍ଲା କାର୍ଯ୍ୟକାରିଣୀ ସଭ୍ୟ ନରୁ ସିଂ ଏଦିଗରେ ପ୍ରଶାସନ ତତ୍ପର ନହେଲେ ,ଗଣତାନ୍ତ୍ରିକ ପଦ୍ଧତିରେ ଲୋକ ରାଜରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ ହେବେ ବୋଲି କହିଛନ୍ତି ।