ଓଡିଶା

odisha

ଧୂମଧାମରେ ପାଳନ ହେଲା ବିଶ୍ବ ନିର୍ମାତାଙ୍କ ପୂଜାର୍ଚ୍ଚନା

ଆଜି ଦେବ ବିନ୍ଧାଣୀ ବିଶ୍ବକର୍ମାଙ୍କ ପୂଜା । ଏହି ଅବସରରେ ବ୍ରହ୍ମପୁର, ନବରଙ୍ଗପୁର ଓ କେନ୍ଦୁଝର ସହରରେ ଧୂମଧାମରେ ପାଳିତ ହୋଇଛି ବିଶ୍ବ ନିର୍ମାତାଙ୍କ ପୂଜାର୍ଚ୍ଚନା । ସୁନ୍ଦର ତୋରଣ ଓ ଆଲୋକମାଳର ସାଜସଜା ପୂଜା ସହରକୁ ବେଶ ଚଳଚଞ୍ଚଳତାକୁ ଦ୍ବିଗୁଣିତ କରୁଛି ।

By

Published : Sep 17, 2019, 9:25 PM IST

Published : Sep 17, 2019, 9:25 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର

ବ୍ରହ୍ମପୁର: ଆଜି ଦେବ ବିନ୍ଧାଣୀ ବିଶ୍ବକର୍ମାଙ୍କ ପୂଜା । ଏଥିପାଇଁ ଉତ୍ସବମୁଖର ପରିବେଶ । ଏହି ଅବସରରେ ବ୍ରହ୍ମପୁର ସହରର ବିଭିନ୍ନ ଶିଳ୍ପାନୁଷ୍ଠାନ, ବ୍ୟବସାୟ ପ୍ରତିଷ୍ଠାନରେ ବିଶ୍ବକର୍ମାଙ୍କ ପୂଜା ଧୂମଧାମରେ ପାଳନ କରାଯାଇଛି । ସହରର ସହରର ବିଡିଏ କାର୍ଯ୍ୟାଳୟ ଠାରୁ ଆରମ୍ଭ କରି ସରକାରୀ ଆଇଟିଆଇ, ମହିଳା ପଲିଟେକନିକ୍, ଇଞ୍ଜିନିୟରିଂ ସ୍କୁଲ ସମେତ ସମସ୍ତ ବିଦ୍ୟୁତ ବିଭାଗ କାର୍ଯ୍ୟାଳୟ ପରିସରରେ ପାରମ୍ପରିକ ରୀତିନୀତିରେ ବିଶ୍ବର ସୃଷ୍ଟିକର୍ତ୍ତା ବିଶ୍ବକର୍ମାଙ୍କ ପୂଜାର୍ଚ୍ଚନା କରାଯାଇଥିଲା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର

ସେହିପରି ନବରଙ୍ଗପୁର ଏବଂ କେନ୍ଦୁଝର ସହରରେ ମଧ୍ୟ ବିଶ୍ବକର୍ମାଙ୍କ ପୂଜାର୍ଚ୍ଚନା ଧୂମଧାମରେ ପାଳନ କରାଯାଇଛି । ନବରରଙ୍ଗପୁରର ତେଲି ସାହି, ପିଏଚ୍‌ଡି ଅଫିସ, ଟେଲିଫୋନ ଭବନରେ ବିଶ୍ବକର୍ମାଙ୍କ ପୂଜା ହୋଇଥିଲା । ତିନି ଦିନ ଧରି ସହରରେ ଏହି ପୂଜାର୍ଚ୍ଚନା ଚାଲିବ ବୋଲି ବିଶ୍ବକର୍ମା ପୂଜା କମିଟି ପକ୍ଷରୁ ସୂଚନା ମିଳିଛି ।

ଦେଶରେ ଆର୍ଥିକ ମାନ୍ଦାବସ୍ଥା ସତ୍ତ୍ବେ ବିଶ୍ବର ନିର୍ମାତାଙ୍କ ପୂଜା କେନ୍ଦୁଝର ଜିଲ୍ଲାରେ ଜୋରସୋରରେ ପାଳିତ ହୋଇଛି । ସକାଳୁ ବିଭିନ୍ନ ମନ୍ଦିର ସମ୍ମୁଖରେ ଦୁଇ ଚକିଆରୁ ଚାରି ଚକିଆ ଯାନ ପର୍ଯ୍ୟନ୍ତ ଗାଡି ପୂଜା ପାଇଁ ଭିଡ଼ ଜମିଥିଲା । କେନ୍ଦୁଝର ସହରରେ ନେସ୍କୋ କାର୍ଯ୍ୟାଳୟ, ଅଟୋ ଆସୋସିଏସନ, ପୂର୍ତ୍ତ ବିଭାଗ, ସରକାରୀ ବସ ଷ୍ଟାଣ୍ଡ, କଣ୍ଟ୍ରାକ୍ଟର ଆସୋସିଏସନ,ଟ୍ରକ ଆସୋସିଏସନ ଆଦି ସ୍ଥାନରେ ମଧ୍ୟ ବିଶ୍ଵକର୍ମାଙ୍କ ପୂଜା ଅନୁଷ୍ଠିତ ହୋଇଛି । ଖାଲି ସେତିକି ନୁହେଁ ସୁନ୍ଦର ତୋରଣ ଓ ଆଲୋକମାଳର ସାଜସଜା ପୂଜା ସହରକୁ ଚଳଚଞ୍ଚଳତାକୁ ଦ୍ବିଗୁଣିତ କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details