ନବରଙ୍ଗପୁର: ବାବାଙ୍କୁ ଭାରରେ ଆଣିଲେ ଶିଷ୍ୟ । ଦିନକୁ ଦିନ ମନୁଷ୍ୟ ଆଧୁନିକତାର ବଶବର୍ତ୍ତୀ ହୋଇ ଭାରତୀୟ ସଂସ୍କୃତି ଓ ପରମ୍ପରାକୁ ଭୁଲି ଯାଉଛି କିନ୍ତୁ ଆଜି ମଧ୍ୟ ଗୁରୁ ଶିଷ୍ୟ ପରମ୍ପରା ବଞ୍ଚି ରହିଛି ଯାହା ଉପାନ୍ତ ନବରଙ୍ଗପୁର ଜିଲ୍ଲାରେ ଦେଖିବାକୁ ମିଳିଛି । ସୁଦୂର ଢେଙ୍କାନାଳ ଜିଲ୍ଲା ଯୋରନ୍ଦା ମହିମା ଗାଦିରୁ ଉମରକୋଟରେ ଭାର କରି ଆଣି ଉଦାହରଣ ସୃଷ୍ଟି କରିଛନ୍ତି ।
ଭକ୍ତିରୁ ଆତ୍ମ ତୃପ୍ତି ଏହା ହିଁ ଦର୍ଶାଉଛି ଭାରତୀୟ ହିନ୍ଦୁ ଧର୍ମ ପରମ୍ପରାର ଗୁରୁ ଶିଷ୍ୟ ସମ୍ପର୍କ l ଯୁଗ ଯେତେ ବଦଳିଲେ ବି ଆମ ପରମ୍ପରା ଆମ ଗୁରୁଶିଷ୍ୟ ସଂସ୍କାର ସବୁବେଳେ ଆମର ମାନ ଅଭିମାନ,ସ୍ବାଭିମାନକୁ ନେଇଁ ଆମର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି l ସୁଦୂର ଢେଙ୍କାନାଳ ଜିଲ୍ଲାରୁ ଯୋରନ୍ଦା ମହିମା ପୀଠରୁ ଦୀର୍ଘ 540 କିଲୋମିଟର ବାବା ଧନୁର୍ଜୟ ଗୁରୁଙ୍କୁ କାନ୍ଧରେ ଧରି ନବରଙ୍ଗପୁର ଜିଲ୍ଲାର ସାନଭରଣ୍ଡି ଆଶ୍ରମରେ ପହଞ୍ଚିଛନ୍ତି ମହିମା ଭକ୍ତ l ଦୀର୍ଘ 540 କିଲୋମିଟର ଯାତ୍ରା ସମୟରେ କୌଣସି ଘାତପ୍ରତିଘାତ ନଥିଲା କେବଳ ଥିଲା ଗୁରୁଙ୍କୁ ପ୍ରତି ପ୍ରଗାଢ ବିଶ୍ବାସ l ପ୍ରତିକୂଳ ପରିସ୍ଥିତିରେ ବି ବଣ ପାହାଡ଼ ଅତିକ୍ରମ କରି 21 ଦିନରେ ପହଞ୍ଚି ଥିଲେ ଉମରକୋଟ l