ଓଡିଶା

odisha

ETV Bharat / state

ପୁଣି ଜନନୀ ଯନ୍ତ୍ରଣା; ଖଟିଆରେ ବୁହା ହେଲେ ଗର୍ଭବତୀ - Nabarangpur pregnant woman

ନବରଙ୍ଗପୁରରେ ପୁଣି ଦେଖିବାକୁ ମିଳିଛି ଜନନୀ ଯନ୍ତ୍ରଣା । ରାସ୍ତା ନଥିବାରୁ ଖଟିଆରେ ବୁହାହେଲେ ଗର୍ଭବତୀ । ନଦୀକୂଳରେ ଜନ୍ମ କଲେ ଶିଶୁ କନ୍ୟା । ଅଧିକ ପଢନ୍ତୁ...

ପୁଣି ଜନନୀ ଯନ୍ତ୍ରଣା
ପୁଣି ଜନନୀ ଯନ୍ତ୍ରଣା

By

Published : Sep 24, 2020, 12:46 PM IST

Updated : Sep 24, 2020, 1:01 PM IST

ନବରଙ୍ଗପୁର: ଜିଲ୍ଲାରେ ପୁଣି ଦେଖିବାକୁ ମିଳିଛି ଜନନୀ ଯନ୍ତ୍ରଣା । ରାସ୍ତା ନଥିବାରୁ ଖଟିଆରେ ବୁହାହେଲେ ଗର୍ଭବତୀ । ନଦୀକୂଳରେ ଜନ୍ମ କଲେ ଶିଶୁ କନ୍ୟା । ଚନ୍ଦାହାଣ୍ଡି ବ୍ଲକ ପାଟଖଳିଆ ଅଞ୍ଚଳରେ ଏପରି ଦେଖିବାକୁ ମିଳିଛି ।

ପୁଣି ଜନନୀ ଯନ୍ତ୍ରଣା

ପାଟଖଳିଆ ପଞ୍ଚାୟତ ଗୋର୍ ଝରିଆ ଗ୍ରାମର ମହେଶ୍ବର ସାନ୍ତାଙ୍କ ପତ୍ନୀ ନବିନା ସାନ୍ତାଙ୍କ ପ୍ରସବ ବେଦନା ଆରମ୍ଭ ହେବା ପରେ ଆମ୍ବୁଲାନ୍ସକୁ ଖବର ଦେଇଥିଲେ ପରିବାର ଲୋକେ । ତେବେ ଗାଁକୁ ରାସ୍ତା ନଥିବାରୁ 1 କିମି ଦୂରରେ ନଦୀ କୂଳରେ ଅଟକି ରହିଥିଲା ଆମ୍ବୁଲାନ୍ସ । ତେବେ ଆମ୍ବୁଲାନ୍ସ ଯାଏ ଗର୍ଭବତୀଙ୍କୁ ପହଞ୍ଚାଇବା ପାଇଁ ଆଶା କର୍ମୀଙ୍କ ସହାୟତାରେ ପରିବାର ଲୋକେ ଖଟିଆରେ ତାଙ୍କୁ ନେଇଥିଲେ ।

ନଦୀପାର ସମୟରେ ଅତ୍ୟଧିକ ଯନ୍ତ୍ରଣା ହେବାରୁ ନଦୀ କୂଳରେ ହିଁ କନ୍ୟାସନ୍ତାନଙ୍କୁ ସେ ଜନ୍ମ ଦେଇଥିଲେ । ପରେ ଆମ୍ବୁଲାନ୍ସରେ ମା ଓ ଶିଶୁଙ୍କୁ ଚନ୍ଦାହାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଉଭୟ ସୁସ୍ଥ ଥିବା ଜଣାପଡିଛି ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

Last Updated : Sep 24, 2020, 1:01 PM IST

ABOUT THE AUTHOR

...view details