ଓଡିଶା

odisha

ETV Bharat / state

ଶାସନର ପ୍ରତିଶ୍ରୁତି ପରେ ଓହରିଲେ କୋଡ଼ିଙ୍ଗା ଆମରଣ ଅନଶନକାରୀ

ଗତ ୧୩ ଦିନ ଧରି ନବରଙ୍ଗପୁର କୋଡ଼ିଙ୍ଗା ଠାରେ ଚାଲି ଆସୁଥିବା ଆନ୍ଦୋଳନ ପ୍ରଶାସନର ପ୍ରତିଶ୍ରୁତି ପରେ ଓହରିଛି ।

nabarangapur strike
ପ୍ରତିଶ୍ରୁତି ପରେ ଓହରିଲେ କୋଡ଼ିଙ୍ଗାର ଆମରଣ ଅନଶନକାରୀ

By

Published : Dec 11, 2019, 8:26 AM IST

ନବରଙ୍ଗପୁର: ଶେଷରେ ଆନ୍ଦୋଳନରୁ ଓହରିଲା ବିକାଶ ପରିଷଦର ଆନ୍ଦୋଳନ । ଗତ ୧୩ ଦିନ ଧରି ନବରଙ୍ଗପୁର କୋଡ଼ିଙ୍ଗା ଠାରେ ଚାଲି ଆସୁଥିବା ଆନ୍ଦୋଳନ ପ୍ରଶାସନର ପ୍ରତିଶ୍ରୁତି ପରେ ଓହରିଛି ।

ପ୍ରତିଶ୍ରୁତି ପରେ ଓହରିଲେ କୋଡ଼ିଙ୍ଗାର ଆମରଣ ଅନଶନକାରୀ

ଯୁକ୍ତ ତିନି କଲେଜ, ସବ-ଟ୍ରେଜେରୀ ଓ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଖୋଲିବା ନେଇ ଧର୍ମଘଟ କରାଯାଇଥିଲା । ଏନେଇ ପୂର୍ବରୁ ବହୁବାର କହିଥିଲେ ମଧ୍ୟ କେହି କର୍ଣ୍ଣପାତ ନକରିବାରୁ ମଙ୍ଗଳବାରଠାରୁ ଆମରଣ ଅନଶନ କରିବା ସହ କୋଡ଼ିଙ୍ଗା ଓ ଆଖପାଖ ଅଞ୍ଚଳ ଅନିର୍ଦ୍ଧିଷ୍ଠ କାଳ ସମ୍ପୂର୍ଣ୍ଣ ବନ୍ଦ ରହିବ ବୋଲି ନିଷ୍ପତି ନିଆଯାଇଥିଲା ।

ତେବେ ଏନେଇ ଖବର ପହଞ୍ଚବା ପରେ ଜିଲ୍ଲା ପ୍ରଶାସନ ଘଟଣାସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିଥିଲେ । ଆଗାମୀ ୬ ମାସ ମଧ୍ୟରେ ଉକ୍ତ ଦାବି ଗୁଡିକ ପୂରଣ କରିବାକୁ ପ୍ରତିଶ୍ରୁତି ଦେବାରୁ ଅଞ୍ଚଳବାସୀ ଅନସନରୁ ଓହରିଥିଲେ । ପରେ ବିଧାୟକ ଶ୍ରୀ ରନ୍ଧାରୀ ଅନଶନକାରୀଙ୍କୁ ମୃଦ୍ୟୁ ପାନୀୟ ଜଳ ପିଆଇ ଆନ୍ଦୋଳନ ଭାଙ୍ଗିଥିଲେ ।

ନବରଙ୍ଗପୁରରୁ ତପନ ବିଷୋୟୀ, ଇଟିଭି ଭାରତ

ABOUT THE AUTHOR

...view details