ନବରଙ୍ଗପୁର: ଆଜି(ସୋମବାର) ଆଇନଜୀବୀ ସଂଘ ଓ ବିଚାରପତିଙ୍କ ମିଳିତ ଆଲୋଚନା ସଭା କୋର୍ଟ ପରିସରରେ ଅନୁଷ୍ଠିତ ହୋଇଛି । ସମସ୍ତ ମାମଲାର ଇ-ଉପସ୍ଥାପନା (e-filing) ଓ ଆଇନଜୀବୀମାନେ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟାର ପ୍ରତିକାର ସମ୍ବନ୍ଧରେ ବିସ୍ତୃତ ଭାବେ ଆଲୋଚନା ହୋଇଛି ।
ଜିଲ୍ଲା ଓ ଦୌରା ଜଜ୍ ଅଶୋକ କୁମାର ପଣ୍ଡା ଏହି ସଭାର ଅଧ୍ୟକ୍ଷତା କରିଛନ୍ତି । ଏହି କାର୍ଯ୍ୟକ୍ରମରେ ପରିବାର ଅଦାଲତ ବିଚାରପତି ସଞ୍ଜୟ କୁମାର ସାହୁ, ଅତିରିକ୍ତ ଜିଲ୍ଲା ଜଜ୍ ପ୍ରଣୟ କୁମାର ଦାସ, ସି.ଜେ.ଏମ୍. ରେଜିଷ୍ଟ୍ରାର ଅପର୍ଣ୍ଣା ମହାପାତ୍ର, ଜିଲ୍ଲା ଆଇନ ସେବା ପ୍ରାଧିକରଣ ସମ୍ପାଦିକା ଅନ୍ନପୂର୍ଣ୍ଣା ନାୟକ, ବରିଷ୍ଠ ଦେୱାନୀ ବିଚାରପତି ରାଜ କିଶୋର ଜେନା, ଏସ୍.ଡି.ଜେ.ଏମ୍. ପ୍ରିୟରଞ୍ଜନ ଓଝା ଉପସ୍ଥିତ ଥିଲେ ।