ଓଡିଶା

odisha

By ETV Bharat Odisha Team

Published : Sep 9, 2023, 1:15 PM IST

ETV Bharat / state

ଜମି ଚଞ୍ଚକତା ମାମଲାରେ କାର୍ଯ୍ୟାନୁଷ୍ଠାନ, ନିଲମ୍ବିତ ହେଲେ ଝରିଗାଁ ଅତିରିକ୍ତ ତହସିଲଦାର

ନିଲମ୍ବିତ ହେଲେ ଝରିଗାଁ ତହସିଲର ଅତିରିକ୍ତ ତହସିଲଦାର ଚିନ୍ମୟ ସାଗର । ଏକ ଧର୍ମପୀଠର ଜମିକୁ ଚଞ୍ଚକତା କରିଥିବା ନେଇ ଅଭିଯୋଗ ପରେ କାର୍ଯ୍ୟାନୁଷ୍ଠାନ ହୋଇଛି । ଅଧିକ ପଢନ୍ତୁ

additional tahsildar suspended
ଝରିଗାଁ ଅତିରିକ୍ତ ତହସିଲଦାର ନିଲମ୍ବିତ

ନବରଙ୍ଗପୁର: ନିଲମ୍ବିତ ହେଲେ ଅତିରିକ୍ତ ତହସିଲଦାର । ରାଜ୍ୟପାଳଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟ ସରକାରଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ଦ୍ଵାରା ଅତିରିକ୍ତ ତହସିଲଦାର ଦାୟିତ୍ବରେ ଥିବା ଚିନ୍ମୟ ସାଗରଙ୍କୁ ନିଲମ୍ବିତ କରାଯାଇଛି । ରାଜ୍ୟ ସରକାରଙ୍କ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା କାର୍ଯ୍ୟାଳୟ ପକ୍ଷରୁ ଏନେଇ ନିର୍ଦ୍ଦେଶ ଦିଆଯାଇଥିଲା । ତେବେ ଏହି ନିର୍ଦ୍ଦେଶ ଅନୁସାରେ ନବରଙ୍ଗପୁର ଜିଲ୍ଲା ଝରିଗାଁ ତହସିଲର ଅତିରିକ୍ତ ତହସିଲଦାର ଚିନ୍ମୟ ସାଗରଙ୍କୁ ରାଜ୍ୟ ସରକାର ନିଲମ୍ବିତ କରିଛନ୍ତି l ଏହାସହ ତାଙ୍କୁ ନବରଙ୍ଗପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅବସ୍ଥାପିତ କରାଯାଇଥିବା ଜଣାପଡିଛି l ଜିଲ୍ଲାପାଳଙ୍କ ବିନା ଅନୁମତିରେ ଜିଲ୍ଲା ମୁଖ୍ୟାଳୟ ଛାଡି ପାରିବେ ନାହିଁ ବୋଲି କଡ଼ା ନିର୍ଦ୍ଦେଶ ରହିଛି l

ତେବେ ଝରିଗାଁ ତହସିଲର ଅତିରିକ୍ତ ତହସିଲଦାର ଭାବେ କାର୍ଯ୍ୟରତ ଥିବା ସମୟରେ ଏକ ଧର୍ମପୀଠର ଜମିକୁ ଚଞ୍ଚକତା କରିଥିବା ନେଇ ଅଭିଯୋଗ ହୋଇଥିଲା । ବିଭାଗୀୟ ଅଧିକାରୀଙ୍କ ଦ୍ଵାରା ତଦନ୍ତ ହୋଇଥିଲା ଏବଂ ତଦନ୍ତ ରିପୋର୍ଟ ଅନୁଯାୟୀ ରାଜ୍ୟ ସରକାର ଅତିରିକ୍ତ ତହସିଲଦାରଙ୍କୁ ନିଲମ୍ବିତ କରିଛନ୍ତି । ଚିନ୍ମୟଙ୍କ ନାଁରେ ଜମିପଟ୍ଟାରେ ଚଞ୍ଚାକତା କରିଥିବା ନେଇ ଅଭିଯୋଗ ରହିଥିଲା । ତେବେ ରାଜ୍ୟପାଳଙ୍କ ନିର୍ଦ୍ଦେଶକ୍ରମେ ନିଆଯାଇଛି କାର୍ଯ୍ୟାନୁଷ୍ଠାନ । ଚିନ୍ମୟ ସାଗରଙ୍କୁ ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିଲମ୍ବିତ କରିଛନ୍ତି। ଝରିଗାଁ ଅତିରିକ୍ତ ତହସିଲଦାର ଭାବେ କାର୍ଯ୍ୟରତ ଥିବା ସମୟରେ ଚିନ୍ମୟଙ୍କ ବିରୋଧର ଅଭିଯୋଗ ହୋଇଥିଲା । ଏହି ଅଭିଯୋଗ ଆଧାରରେ ବିଚାର ବିଭାଗୀୟ ତଦନ୍ତ ମଧ୍ୟ ହୋଇଥିଲା । ତେବେ ଉକ୍ତ ତଦନ୍ତ ରିପୋର୍ଟ ଆଧାରରେ ରାଜ୍ୟ ସରକାର ଚିନ୍ମୟଙ୍କୁ ନିଲମ୍ବିତକରିଥିବା ଜଣାପଡିଛି ।

ଏହା ବି ପଢନ୍ତୁ...କଲଭର୍ଟ ଭୁଶୁଡିବା ଘଟଣାରେ ଦୃଢ଼ କାର୍ଯ୍ୟାନୁଷ୍ଠାନ, 3 ଯନ୍ତ୍ରୀ ନିଲମ୍ବିତ

ତେବେ ପୂର୍ବରୁ ମଧ୍ୟ ଦୁର୍ନୀତି ଅଭିଯୋଗରେ ଅନେକ ପ୍ରଶାସନିକ ଅଧିକାରୀଙ୍କୁ ସସପେଣ୍ଡ କରାଯାଇଥିବାର ନଜିର ରହିଛି । ସୂଚନା ଅନୁସାରେ, ଏହା ପୂର୍ବରୁ ମଧ୍ୟ ରାଜ୍ୟ ସରକାର ଅନେକ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସରକାରୀ ଅଧିକାରୀମାନେ କେତେବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି ତ କେତେବେଳେ ଜାଲିଆତି ମାମଲାରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଗତ ଜୁନ ମାସରେ ରାଜ୍ୟ ସରକାର ୧୪ ଜଣ ସରକାରୀ ଅଧିକାରୀଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ । ସେମାନଙ୍କ ମଧ୍ୟରୁ ୪ ଜଣଙ୍କ ବାଧ୍ୟତାମୂଳକ ଅବସର ଦିଆଯିବା ସହ ୪ ଜଣଙ୍କୁ ନିଲମ୍ବିତ କରି ଦିଆଯାଇଥିଲା । ଏଥିସହି ୬ ଜଣଙ୍କ ପେନସନ୍ ମଧ୍ୟ ବନ୍ଦ କରି ଦେଇଥିଲେ ରାଜ୍ୟ ସରକାର ।

ଇଟିଭି ଭାରତ, ନବରଙ୍ଗପୁର

ABOUT THE AUTHOR

...view details