ଓଡିଶା

odisha

ETV Bharat / state

ନବରଙ୍ଗପୁର ଗସ୍ତରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ - ନବରଙ୍ଗପୁର ଗସ୍ତରେ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ

ଆଜି ନବରଙ୍ଗପୁର ଜିଲ୍ଲାକୁ ଗସ୍ତ କରିଛନ୍ତି ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ । ଅଧିକ ପଢ଼ନ୍ତୁ

ନବରଙ୍ଗପୁର ଗସ୍ତରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ
ନବରଙ୍ଗପୁର ଗସ୍ତରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ

By

Published : Jun 23, 2022, 7:49 PM IST

ନବରଙ୍ଗପୁର:ଆଜି ନବରଙ୍ଗପୁର ଜିଲ୍ଲାକୁ ଗସ୍ତ କରିଛନ୍ତି ଓଡିଶା ସରକାରଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ । ଶ୍ରୀ ସାହୁଙ୍କ ଏହି ଗସ୍ତ ସମୟରେ ସର୍କିଟ ହାଉସ ଠାରେ ଓଡିଶା ରାଜସ୍ଵ ଅମଲା ସଂଘର କର୍ମକର୍ତ୍ତା ବୃନ୍ଦ ସାକ୍ଷାତ କରି ସଂଘର ନିମ୍ନଲିଖିତ ବିଭିନ୍ନ ଦାବି ବିଷୟରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ ।

ଆଲୋଚନାରେ ଜିଲ୍ଲାସ୍ତରୀୟ ରାଜସ୍ୱ ଅମଲା ମାନଙ୍କୁ ସ୍ୱତନ୍ତ୍ର ପାହ୍ୟା ଘୋଷଣା କରିବା, ରାଜସ୍ୱ ଅମଲାଙ୍କ ପଦବୀ ପୁନର୍ଗଠନ, ଶିକ୍ଷାଗତ ଯୋଗ୍ୟତା ଅନୁଯାୟୀ ଅମଲା ମାନଙ୍କ ବେତନରେ ଥିବା ଅସଂଗତିକୁ ଦୂର କରାଯାଇ କନିଷ୍ଠ ଅମଲା ମାନଙ୍କ ଦରମା ୨୦୦୮ ମସିହା ବେତନର ପୁନର୍ଗଠନ ନିୟମ ଅନୁଯାୟୀ ୫୨୦୦/- ରୁ ଟଙ୍କା ୯୩୦୦/- ଙ୍କୁ ବୃଦ୍ଧି କରିବା, ଶତ ପ୍ରତିଶତ ଓଡିଶା ରାଜସ୍ୱ ସେବା ପଦବୀକୁ କେବଳ ରାଜସ୍ୱ କର୍ମଚାରୀ ଙ୍କ ପାଇଁ ସଂରକ୍ଷିତ ରଖିବା ଭଳି ବିଭିନ୍ନ ଦାବି କରିଥିଲେ ।

ଏହି ସାକ୍ଷାତ ସମୟରେ ନବରଙ୍ଗପୁର ଜିଲ୍ଲାପାଳ ଡଃ କମଳ ଲୋଚନ ମିଶ୍ର, ଅତିରିକ୍ତ ସଚିବ ରାଜସ୍ୱ, ଅମୀୟ କୁମାର ସାହୁ, ନିର୍ଦ୍ଦେଶକ ଲ୍ୟାଣ୍ଡ ରେକର୍ଡ ତୁଷାର ରଞ୍ଜନ ମହାନ୍ତି, ଅତିରିକ୍ତ ଜିଲ୍ଲାପାଳ ଭାସ୍କର ରଇତ, ଓଡିଶା ରାଜସ୍ୱ ଅମଲା ସଂଘର ସଭାପତି ତ୍ରିପତି ବାଲାଜୀ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ନବରଙ୍ଗପୁର

ABOUT THE AUTHOR

...view details