ଓଡିଶା

odisha

ETV Bharat / state

ଇନ୍ଦ୍ରପୁରୀ ଗାଁରେ ଯୁବତୀଙ୍କୁ ଦୁଷ୍କର୍ମ ପରେ ହତ୍ୟା ସନ୍ଦେହ - ଇନ୍ଦ୍ରପୁରୀ ଗାଁରେ ଯୁବତୀଙ୍କୁ ଦୁଷ୍କର୍ମ

ଉମରକୋଟ ବ୍ଲକ ଇନ୍ଦ୍ରପୁରୀ ଗାଁରେ ଯୁବତୀର କ୍ଷତ ବିକ୍ଷତ ମୃତ ଦେହ ଉଦ୍ଧାର । ଯୁବତୀଙ୍କୁ ଦୁଷ୍କର୍ମ କରିବା ପରେ ହତ୍ୟା କରାଯାଉଥିବା ସନ୍ଦେହ କରାଯାଉଛି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ଇନ୍ଦ୍ରପୁରୀ ଗାଁରେ ଯୁବତୀଙ୍କୁ ଦୁଷ୍କର୍ମ ପରେ ହତ୍ୟା ସନ୍ଦେହ
ଇନ୍ଦ୍ରପୁରୀ ଗାଁରେ ଯୁବତୀଙ୍କୁ ଦୁଷ୍କର୍ମ ପରେ ହତ୍ୟା ସନ୍ଦେହ

By

Published : Apr 24, 2020, 1:04 AM IST

Updated : Apr 24, 2020, 11:45 AM IST

ନବରଙ୍ଗପୁର: ଉମରକୋଟ ବ୍ଲକ ଇନ୍ଦ୍ରପୁରୀ ଗାଁରେ ଯୁବତୀର କ୍ଷତ ବିକ୍ଷତ ମୃତ ଦେହ ଉଦ୍ଧାର । ଯୁବତୀଙ୍କୁ ଦୁଷ୍କର୍ମ କରିବା ପରେ ହତ୍ୟା କରାଯାଉଥିବା ସନ୍ଦେହ କରାଯାଉଛି । ସାରା ବିଶ୍ବରେ ଭୟଙ୍କର କୋରୋନା ମହାମାରୀ ନିଜର କାୟା ବିସ୍ତାର କରୁଥିବା ବେଳେ ଏହାର ପ୍ରତିକାର ପାଇଁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ମୁଣ୍ଡ ବ୍ୟଥା ପାଲଟି ଥିବା ବେଳେ ନବରଙ୍ଗପୁର ଜିଲ୍ଲା ଅନ୍ତର୍ଗତ ଉମେରକୋଟ ବ୍ଲକ ଇନ୍ଦ୍ରପୁରୀ ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ।

ଇନ୍ଦ୍ରପୁରୀ ଗାଁରେ ଯୁବତୀଙ୍କୁ ଦୁଷ୍କର୍ମ ପରେ ହତ୍ୟା ସନ୍ଦେହ

ସୂଚନାଯୋଗ୍ୟ ଇନ୍ଦ୍ରପୁରୀ ଗ୍ରାମର ରାସ୍ତା କଡରେ ଥିବା ନୀଳଗିରି ଜଙ୍ଗଲରେ ୨୦ ବର୍ଷୀୟା ଜୋଛନା ରାଣୀ ମଣ୍ଡଳ ନାମକ ଜଣେ ଯୁବତୀର ମୃତଦେହ ଉଦ୍ଧାର କରାଯାଇଛି । ଏହି ଯୁବତୀର ଦେହ ସାରା କ୍ଷତ ବିକ୍ଷତ ହୋଇଥିବାରୁ ଏହା ଦୁଷ୍କର୍ମ ସହ ହତ୍ୟା ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଏହି ଯୁବତୀ ଇନ୍ଦ୍ରପୁରୀ ଗ୍ରାମର ଯୁବତୀ ଥିବା ଜଣାପଡିଛି । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

Last Updated : Apr 24, 2020, 11:45 AM IST

ABOUT THE AUTHOR

...view details