ନବରଙ୍ଗପୁର:ପଞ୍ଚାୟତ ନିର୍ବାଚନ ପାଇଁ ସରଗରମ ରହିଛି ରାଜନୀତି ପାଣିପାଗ । ଶୁକ୍ରବାର ନାମାଙ୍କନ ଦାଖଲ ପ୍ରକ୍ରିୟା ଶେଷ ହୋଇଛି । ଏହାପରେ ଯାଞ୍ଚ ପ୍ରକ୍ରିୟା ଜାରି ରହିଛି । ସମିତି ସଭ୍ୟ ପ୍ରାର୍ଥୀରୁ ବଞ୍ଚିତ ହେବାରୁ ବିଡିଓ ଅଫିସ ସମ୍ମୁଖରେ ନମିତାଙ୍କ ଆମରଣ ଅନଶନ। ଜିଲ୍ଲାର ବିଡିଓ ଅଫିସ ସମ୍ମୁଖରେ ସେ ଅନଶନରେ ବସିଛନ୍ତି ।
ତେନ୍ତୁଳିଖୁଣ୍ଟି ବ୍ଳକ କାମତା ଜୋନ 1 ପଞ୍ଚାୟତରେ ସମିତି ସଭ୍ୟ ଭାବେ ନମିତା ସଗରିଆ ନାମାଙ୍କନ ପତ୍ର ଦାଖଲ କରିଥିଲେ । ଯାଞ୍ଚ ସମୟରେ ଜାଲ ଜାତିଗତ ପ୍ରମାଣପତ୍ର ଦେଇଥିବା ଦର୍ଶାଇ ନାମାଙ୍କନ ପତ୍ର ନାକଚ ହୋଇଛି । ଗତ ଜାନୁଆରୀ 18ରେ SC ପ୍ରମାଣପତ୍ର ମିଳିଥିବା ସତ୍ବେ କେଉଁ ଆଧାରରେ ଜାଲ ହେଲା ସେ ଦାବି କରି ଗତକାଲି ଠାରୁ ଆମରଣ ଅନଶନରେ ବସିଛନ୍ତି।