ଓଡିଶା

odisha

By

Published : Oct 27, 2020, 2:18 PM IST

ETV Bharat / state

ନଦୀରୁ ଅଚିହ୍ନା ବୃଦ୍ଧାଙ୍କ ଗଳିତ ମୃତଦେହ ଉଦ୍ଧାର

ନବରଙ୍ଗପୁର ତେନ୍ତୁଳିଖୁଣ୍ଟି ଥାନା ଅନ୍ତର୍ଗତ ଏକ ନଦୀରୁ ଜଣେ ଅଚିହ୍ନା ବୃଦ୍ଧାଙ୍କ ଗଳିତ ମୃତଦେହକୁ ଉଦ୍ଧାର କରିଛି ପୋଲିସ। ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ବୃଦ୍ଧାଙ୍କ ପରିଚୟ ମିଳିପାରିନଥିବା ବେଳେ ମୃତର କାରଣ ମଧ୍ୟ ଅସ୍ପଷ୍ଟ ରହିଛି। ଅଧିକ ପଢନ୍ତୁ...

a Unidentified old woman body found in river
ନଦୀରୁ ଅଚିହ୍ନା ବୃଦ୍ଧାଙ୍କ ଗଳିତ ମୃତଦେହ ଉଦ୍ଧାର

ନବରଙ୍ଗପୁର: ନଦୀରୁ ଅଚିହ୍ନା ବୃଦ୍ଧାଙ୍କ ଗଳିତ ମୃତଦେହ ଉଦ୍ଧାର । ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ଥାନା ଅନ୍ତର୍ଗତ ଦିଗି ପଞ୍ଚାୟତ ଚଚରାଗୁଡ଼ା ଗାଁ ନିକଟସ୍ଥ ଏକ ନଦୀରୁ ଜଣେ ଅଚିହ୍ନା ବୃଦ୍ଧାଙ୍କ ଗଳିତ ମୃତଦେହକୁ ଉଦ୍ଧାର କରିଛି ପୋଲିସ। କିଛି ଲୋକ ଶୌଚ ପାଇଁ ଯାଇଥିବା ବେଳେ ନଦୀରେ ବୃଦ୍ଧାଙ୍କ ମୃତଦେହ ଭାସୁଥିବା ଦେଖିବାକୁ ପାଇଥିଲେ । ଏନେଇ ତେନ୍ତୁଳିଖୁଣ୍ଟି ଥାନାରେ ଖବର ଦେବା ପରେ ଘଟଣା ସ୍ଥଳରେ ଥାନା ଅଧିକାରୀ ପ୍ରମଦ କୁମାର ନାୟକ ଓ ଅତିରିକ୍ତ ତହସିଲଦାର ରାମ ଗୋବିନ୍ଦ ପରିଡ଼ା ପହଞ୍ଚି ମୃତଦେହକୁ ଉଦ୍ଧାର କରିଥିଲେ ।

ନଦୀରୁ ଅଚିହ୍ନା ବୃଦ୍ଧାଙ୍କ ଗଳିତ ମୃତଦେହ ଉଦ୍ଧାର

ବର୍ତ୍ତମାନ ପର୍ଯ୍ୟନ୍ତ ବୃଦ୍ଧାଙ୍କ ପରିଚୟ ମିଳିପାରିନଥିବା ବେଳେ ମୃତ୍ୟୁର କାରଣ ମଧ୍ୟ ଅସ୍ପଷ୍ଟ ରହିଛି। ଏନେଇ ତଦନ୍ତ ଜାରି ରଖିଥିବା ତେନ୍ତୁଳିଖୁଣ୍ଟି ଥାନା ଅଧିକାରୀ ପ୍ରମୋଦ କୁମାର ନାୟକ ପ୍ରକାଶ କରିଛନ୍ତି ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ABOUT THE AUTHOR

...view details