ଓଡିଶା

odisha

ETV Bharat / state

ୱିଙ୍ଗ କମାଣ୍ଡର ଅଭିନନ୍ଦନଙ୍କ ଟେଲିଫିଲ୍ମ ରିଲିଜ - ୱିଙ୍ଗ କମାଣ୍ଡର ଅଭିନନ୍ଦନଙ୍କ ଟେଲିଫିଲ୍ମ ରିଲିଜ

ନବରଙ୍ଗପୁର ଜିଲ୍ଲାରେ ଥିବା ମଦର ଟେରେସା ପବ୍ଲିକ ସ୍କୁଲରେ ବୁଧବାର ସନ୍ଧ୍ୟାରେ ରିଲିଜ ହୋଇଛି ଟେଲି ଫିଲ୍ମ ‘ଅଭିନନ୍ଦନ'।

ଫଟୋ ସୌଜନ୍ୟ:ସମ୍ବାଦଦାତା, ନବରଙ୍ଗପୁର

By

Published : Oct 4, 2019, 8:12 AM IST

ନବରଙ୍ଗପୁର: ଭାରତୀୟ ବାୟୁସେନାର ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ଦ୍ଧମାନଙ୍କୁ ନେଇ ନିର୍ମିତ ହୋଇଛି ଟେଲିଫିଲ୍ମ। ଏଠାରେ ଥିବା ମଦର ଟେରେସା ପବ୍ଲିକ ସ୍କୁଲରେ ବୁଧବାର ସନ୍ଧ୍ୟାରେ ରିଲିଜ ହୋଇଛି ଟେଲି ଫିଲ୍ମ ‘ଅଭିନନ୍ଦନ'।

ଦୀର୍ଘଦିନ ହେଲା ନବରରଙ୍ଗପୁରର ତ୍ରିଶକ୍ତି କଲଚୁଲାର ସୋସାଇଟିର କଳାକାର ମାନେ ଫିଲ୍ମ ଅଭିନନ୍ଦନର ସୁଟିଂ କରିଆସୁଥିଲେ । ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ମନୋଜ କୁମାର ପଟ୍ଟନାୟକ।

ବାଲାକୋଟ ଏୟାର ଷ୍ଟ୍ରାଇକ ପରେ ପାକିସ୍ତାନ ଯୁଦ୍ଧ ବିମାନ ଜରିଆରେ ଭାରତୀୟ ସେନା ପୋଷ୍ଟ ଉପରେ ଆକ୍ରମଣ କରିବାକୁ ଉଦ୍ୟମ କରିଥିଲା। ଏହି ସମୟରେ ୱିଙ୍ଗ କମାଣ୍ଡର ଅଭିନନ୍ଦନ ପାକ ଯୁଦ୍ଧ ବିମାନ ସହ ଲଢ଼େଇ କରିଥିଲେ। ଅଭିନନ୍ଦନ ପାକ ଯୁଦ୍ଧ ବିମାନକୁ ଖସାଇବା ପରେ ପିଓକେରେ ଏହା ଖସି ପଡ଼ିଥିଲେ।

ଭିଡିଓ ସୌଜନ୍ୟ:ସମ୍ବାଦଦାତା, ନବରଙ୍ଗପୁର

ଏହି ସମୟରେ ପାକ ସେନା ଅଭିନନ୍ଦନଙ୍କୁ ବନ୍ଦୀ କରି ନେଇଥିଲା । ଆଉ ଏହି ସମୟର ଅଭିନନ୍ଦନ ଅତି ଦୃଢତା ଓ ସାହସୀକତାର ପରିଚୟ ଦେଇ ଭାରତୀୟ ସେନାର ଗାରିମାକୁ ଆହୁରି ବଢାଇଥିଲେ । ସେହି ସମୟର ଘଟଣା ଓ ସେତେବେଳେ ଏହି ଖବର ପାଇଁ ଅଭିନନ୍ଦନଙ୍କ ପରିବାର ଲୋକଙ୍କ ପ୍ରତିକ୍ରିୟାକୁ ନେଇ ଫିଲ୍ମର କାହାଣୀ ଗତିଶୀଳ ହୋଇଛି।

ଏହି ଫିଲ୍ମର ଉଦଘାଟନ ଅବସରରେ ନବରଙ୍ଗପୁରର କୋଣ ଅନୁକୋଣରୁ ସବୁ କଳାକାର ଉପସ୍ଥିତ ରହି ଫିଲ୍ମକୁ ଉପଭାଗ କରିଥିଲେ। ଆଉ ଏଭଳି ଚଳଚ୍ଚିତ୍ର ନିର୍ମାଣ କରିଥିବାରୁ ନବରରଙ୍ଗପୁରବାସୀ ଏହାକୁ ପ୍ରଶଂସା କରିଛନ୍ତି।

ନବରଙ୍ଗପୁରରୁ ତପନ ବିଷୋୟୀ, ଇଟିଭି ଭାରତ

For All Latest Updates

TAGGED:

ABOUT THE AUTHOR

...view details