ଓଡିଶା

odisha

ETV Bharat / state

ଦିନ ଦ୍ବିପ୍ରହରେ ଜଳିଗଲା ବାଲି ବୋଝେଇ ଟ୍ରାକ୍ଟର, ସମସ୍ତେ ସୁରକ୍ଷିତ - ନବରଙ୍ଗପୁର ଲାଟେଷ୍ଟ ନ୍ୟୁଜ୍‌

ଦିନ ଦ୍ବିପ୍ରହରେ ହଠାତ୍‌ ନିଆଁ ଲାଗି ସମ୍ପୂର୍ଣ୍ଣ ପୋଡି ପାଉଁଶ ହୋଇଯାଇଛି ବାଲି ବୋଝେଇ ଟ୍ରାକ୍ଟର । ଘଟଣା ଘଟିଛି କୋଷାଗୁମୁଡା ବ୍ଲକ ସୀମାନ୍ତ ଛତିଶଗଡ ରାଜ୍ୟ ବସ୍ତର ଜିଲ୍ଲା ଜଗଦଲପୁର ବ୍ଲକ ମଗନପୁର ଗାଁରେ ।

sand lifter tractor caught fire in chhatisgarh, nabarangpur latest news, sand lifter tractor caught fire, ବାଲି ବୋଝେଇ ଟ୍ରାକ୍ଟରରେ ଲାଗିଲା ନିଆଁ, ନବରଙ୍ଗପୁର ଲାଟେଷ୍ଟ ନ୍ୟୁଜ୍‌, ଛତିଶଗଡରେ ବାଲି ବୋଝେଇ ଟ୍ରାକ୍ଟରରେ ଲାଗିଲା ନିଆଁ
ଦିନ ଦ୍ବିପ୍ରହରେ ଜଳିଗଲା ବାଲି ବୋଝେଇ ଟ୍ରାକ୍ଟର, ସମସ୍ତେ ସୁରକ୍ଷିତ

By

Published : Feb 25, 2020, 3:53 AM IST

ନବରଙ୍ଗପୁର: ଦିନ ଦ୍ବିପ୍ରହରେ ହଠାତ୍‌ ନିଆଁ ଲାଗି ସମ୍ପୂର୍ଣ୍ଣ ପୋଡି ପାଉଁଶ ହୋଇଯାଇଛି ବାଲି ବୋଝେଇ ଟ୍ରାକ୍ଟର । ଘଟଣା ଘଟିଛି କୋଷାଗୁମୁଡା ବ୍ଲକ ସୀମାନ୍ତ ଛତିଶଗଡ ରାଜ୍ୟ ବସ୍ତର ଜିଲ୍ଲା ଜଗଦଲପୁର ବ୍ଲକ ମଗନପୁର ଗାଁରେ । ସୋମବାର ଅର୍ଜୁନ ସେଠିଆଙ୍କ ଟ୍ରାକ୍ଟରରେ ଏହି ନିଆଁରେ ପୋଡି ପାଉଁଶ ହୋଇଯାଇଥିବା ଜଣା ପଡିଛି ।

ଦିନ ଦ୍ବିପ୍ରହରେ ଜଳିଗଲା ବାଲି ବୋଝେଇ ଟ୍ରାକ୍ଟର, ସମସ୍ତେ ସୁରକ୍ଷିତ

ସୂଚନା ଅନୁଯାୟୀ ସୋମବାର ଏନଏମଡିସି ପ୍ଲାଣ୍ଟର ଏକ ଟ୍ରାକ୍ଟର ଓଡିଶାର ଆଳୁପଦର ନିକଟସ୍ଥ ଇଦ୍ରାବତୀ ନଦୀରୁ ବାଲି ଲୋଡ କରିଥିଲା । ବାଲି ଲୋଡ କରି ଡ୍ରାଇଭର ଜଣକ ଟ୍ରାକ୍ଟରକୁ ଷ୍ଟାର୍ଟ କରିବା ବେଳେ ହଠାତ ଟ୍ରାକ୍ଟର ଇଞ୍ଜିନରୁ ନିଆଁ ବାହାରିଥିଲା । ଏହା ଦେଖି ଟ୍ରାକ୍ଟର ଡ୍ରାଇଭର ଓ ଟ୍ରାକ୍ଟରରେ ଥିବା ସମସ୍ତ ଶ୍ରମିକ ଟ୍ରାକ୍ଟରରୁ ଓହ୍ଲାଇ ଯାଇଥିଲେ । କିନ୍ତୁ ଟ୍ରାକ୍ଟରରେ ଚାରିଆଡେ ନିଆଁ ଲାଗି ସମ୍ପୂର୍ଣ୍ଣ ଜଳିଯାଇଥିବା ଜଣାପଡ଼ିଛି ।

ଘଟଣାରେ କୌଣସି ଲୋକଙ୍କୁ କ୍ଷତି ହୋଇନଥିବା ସୂଚନା ମିଳିଛି ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ABOUT THE AUTHOR

...view details