ନବରଙ୍ଗପୁର: 5ଟି ସଚିବଙ୍କ ମନ ଜିଣିଲେ ଉପାନ୍ତ ଅଞ୍ଚଳ ତେନ୍ତୁଳିଖୁଣ୍ଟିର ଛାତ୍ରୀ । 5ଟି ସଚିବ ଭି. କାର୍ତ୍ତିକେୟନ ପାଣ୍ଡିଆନଙ୍କ ପ୍ରଶ୍ନରେ ଭବିଷ୍ୟତରେ ଦକ୍ଷିଣ କୋରିଆ ଯାଇ କେପପ ଆଇଡଲ (korean pop idol )ହେବା ଲକ୍ଷ୍ୟ ରଖିଥିବା କହିଛନ୍ତି ତେନ୍ତୁଳିଖୁଣ୍ଟିର ଛାତ୍ରୀ ତମନ୍ନା (student tamanna) । ତମନ୍ନାଙ୍କ ଏଭଳି ଉତ୍ତରରେ 5ଟି ସଚିବ ଭି. କାର୍ତ୍ତିକେୟନ ପାଣ୍ଡିଆନ(5T Secretary V Karthikeyan Pandian) ଅତ୍ୟନ୍ତ ପ୍ରସନ୍ନ ହୋଇଛନ୍ତି । ଫଳରେ 5-ଟିର ଏକ ଟିମ ତେନ୍ତୁଳିଖୁଣ୍ଟି ଯାଇ ଛାତ୍ରୀ ତମନ୍ନାଙ୍କ ସହ ଆଲୋଚନା କରିଛନ୍ତି । ଆଲୋଚନା ପରେ ତମନ୍ନାଙ୍କର ନୂଆ ଆଶା ସଞ୍ଚାର ହୋଇଛି ।
ତେବେ ନବରଙ୍ଗପୁର ଜିଲ୍ଲା 3ୟ ଦଫାରେ 79 ଗୋଟି ଉଚ୍ଚ ବିଦ୍ୟାଳୟକୁ ରୂପାନ୍ତୀକରଣ ଯୋଜନାରେ ସାମିଲ କରାଯାଇଛି । ଗତ 8 ତାରିଖ ଦିନ ଭର୍ଚ୍ଚୁଆଲ ମୋଡରେ 79 ବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଆଲୁମିନିଙ୍କ ସହ ଆଲୋଚନା କରିଥିଲେ 5ଟି ସଚିବ ପାଣ୍ଡିଆନ । ଏହି ଆଲୋଚନା ସମୟରେ ପାଣ୍ଡିଆନ ତେନ୍ତୁଳିଖୁଣ୍ଟି ନୋଡାଲ ବାପୁଜୀ ହାଇସ୍କୁଲର ଦଶମ ଶ୍ରେଣୀ ଛାତ୍ରୀ ତମନ୍ନାଙ୍କୁ ଭବିଷ୍ୟତରେ କଣ ଲକ୍ଷ୍ୟ ରଖିଥିବା ପଚାରିଥିଲେ । ଏହାର ଉତ୍ତରରେ ତମନ୍ନା କେପପ ଆଇଡଲ ହେବା ପାଇଁ ଲକ୍ଷ୍ୟ ରଖିଥିବା କହିଥିଲେ । ଏହା କଣ ବୋଲି ପୁଣି ଥରେ ଛାତ୍ରୀଙ୍କୁ ପ୍ରଶ୍ନ କରିବାରୁ ସେ ଫେମସ ଡ୍ୟାନ୍ସର ହେବି ବୋଲି କହିଥିଲେ । ଦକ୍ଷିଣ କୋରିଆର ଏହା ହେଉଛି ଏକ ଫେମସ ଡାନ୍ସ । ଯାହାକୁ କୋରିଆର ପପ ଆଇଡଲ ବୋଲି କୁହାଯାଏ ।