ନବରଙ୍ଗପୁର: ପାପଡାହାଣ୍ଡି ବ୍ଲକ କଣ୍ଟାମାଳ ପଞ୍ଚାୟତର ବଟକରି ଗାଁରେ ଅଘଟଣ । ବଜ୍ରାଘାତରେ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ହେଲେ 15 ବର୍ଷିୟ ବିଦ୍ୟାଧର ଗୌଡ଼ ।
ବଜ୍ରାଘାତରେ ନାବାଳକ ସହ ମଇଁଷି ମୃତ - lightning in Nabarangpur
ବଜ୍ରାଘାତରେ ଜଣଙ୍କ ମୃତ୍ୟୁ ହୋଇଛି । ଏଭଳି ଅଭାବନୀୟ ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ କଣ୍ଟାମାଳ ପଞ୍ଚାୟତରେ । ପଢନ୍ତୁ ସମ୍ପୂର୍ଣ୍ଣ ଖବର...
ବଜ୍ରାଘାତରେ ଜଣଙ୍କର ମୃତ୍ୟୁ
ବଜ୍ରାଘାତରେ ନାବାଳକ ସହ ମଇଁଷି ମୃତ
ସୂଚନା ଅନୁସାରେ ଗୁରୁବାର ସକାଳୁ ସେ ନିଜ ଘରର ଗାଈ ଚରାଇବାକୁ ଗାଁ ନିକଟ ପଡିଆକୁ ଯାଇଥିଲେ । ଏହି ସମୟରେ ପ୍ରବଳ ବର୍ଷା ସାଙ୍ଗକୁ ବଜ୍ରପାତ ହୋଇଥିଲା । ବଜ୍ରାଘାତରେ ଗାଈ ଚରାଳି ବିଦ୍ୟାଧରଙ୍କ ସହ ଏକ ମଇଁଷିର ମଧ୍ୟ ମୃତ୍ୟୁ ହୋଇଛି । ଉକ୍ତ ଘଟଣାକୁ ନେଇ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।
ନବରଙ୍ଗପୁରରୁ ତପନ ବିଷୋୟୀ, ଇଟିଭି ଭାରତ