ଓଡିଶା

odisha

By

Published : May 24, 2022, 9:53 PM IST

ETV Bharat / state

ଉପାନ୍ତ କୋଡ଼ିଙ୍ଗା ଅଞ୍ଚଳରେ ହକି ପ୍ରଶିକ୍ଷଣ ଶିବିର ଆୟୋଜିତ

ନବରଙ୍ଗପୁର ଜିଲ୍ଲାର କୋଡ଼ିଙ୍ଗା ଏସ୍.ଡି ହାଇସ୍କୁଲରେ ନଭାଲ ଟାଟା ହକି ଏକାଡେମୀ ପକ୍ଷରୁ ଏକ ହକି ପ୍ରଶିକ୍ଷଣ ଶିବିର ଆୟୋଜନ କରାଯାଇଥିଲା । ଅଧିକ ପଢ଼ନ୍ତୁ

ଉପାନ୍ତ କୋଡ଼ିଙ୍ଗା ଅଞ୍ଚଳରେ ହକି ପ୍ରଶିକ୍ଷଣ ଶିବିର ଆୟୋଜିତ
ଉପାନ୍ତ କୋଡ଼ିଙ୍ଗା ଅଞ୍ଚଳରେ ହକି ପ୍ରଶିକ୍ଷଣ ଶିବିର ଆୟୋଜିତ

ନବରଙ୍ଗପୁର:ତୃଣମୂଳ ସ୍ଥରରୁହକିକୁ ପ୍ରୋତ୍ସାହନ ଦେବାକୁ ସମସ୍ତ ୩୦ ଜିଲ୍ଲାରେ କ୍ରୀଡ଼ା ବିଭାଗ ଓ ହକି ପ୍ରମୋସନ କାଉନ୍ସିଲ ପ୍ରୟାସ ଆରମ୍ଭ କରିଛନ୍ତି । ନାଭାଲ ଟାଟା ହକି ଏକାଡେମୀର ସହଭାଗିତାରେ ସରକାର ବିଭିନ୍ନ ଜିଲ୍ଲାରେ ହକି ପ୍ରଶିକ୍ଷଣ ଆରମ୍ଭ କରିଛନ୍ତି । ଏହି କ୍ରମରେ ନବରଙ୍ଗପୁର ଜିଲ୍ଲାର କୋଡ଼ିଙ୍ଗା ଏସ୍.ଡି ହାଇସ୍କୁଲରେ ନଭାଲ ଟାଟା ହକି ଏକାଡେମୀ ପକ୍ଷରୁ ଏକ ହକି ପ୍ରଶିକ୍ଷଣ ଶିବିର ଆୟୋଜନ କରାଯାଇଥିଲା ।

ଉପାନ୍ତ କୋଡ଼ିଙ୍ଗା ଅଞ୍ଚଳରେ ହକି ପ୍ରଶିକ୍ଷଣ ଶିବିର ଆୟୋଜିତ

ପ୍ରଥମ ଥର ପାଇଁ ଏହି ଉପାନ୍ତ ଅଞ୍ଚଳରେ ଏଭଳି ପ୍ରିଶିକ୍ଷଣ ଶିିବିର ଆୟୋଜିତ ହୋଇଥିଲା । ଏଥିରେ ସ୍ଥାନୀୟ ବିଦ୍ୟାଳୟର ଅନେକ ଛାତ୍ରଛାତ୍ରୀ ଭାଗ ନେଇଥିଲେ । ଏହି ହକି ଶିବିରରେ ପିଲାଙ୍କୁ ଖେଳର ବିଭିନ୍ନ ନିୟମ ଶିଖାଇବା ସହ ଏହି ଖେଳ ଖେଳିବା ପାଇଁ ଉତ୍ସାହିତ କରାଯାଇଥିଲା । ପରେ ବାଳକ ଓ ବାଳିକାଙ୍କ ମଧ୍ୟରେ ଦୁଇଟି ଅଲଗା ଅଲଗା ବନ୍ଧୁତ୍ବପୂର୍ଣ୍ଣ ମ୍ୟାଚ ଖେଳାଯାଇଥିଲା ।

ଉପାନ୍ତ କୋଡ଼ିଙ୍ଗା ଅଞ୍ଚଳରେ ହକି ପ୍ରଶିକ୍ଷଣ ଶିବିର ଆୟୋଜିତ
ଉପାନ୍ତ କୋଡ଼ିଙ୍ଗା ଅଞ୍ଚଳରେ ହକି ପ୍ରଶିକ୍ଷଣ ଶିବିର ଆୟୋଜିତ

ଆୟୋଜିତ ହକି ଶିବିରରେ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମସ୍ଥିତ ନାଭାଲ ଟାଟା ହକି ଏକାଡେମୀର ଅଧିକାରୀ ଶେଖର ଚନ୍ଦ୍ର ବେହେରା, ଜିଲ୍ଲା କ୍ରୀଡ଼ା ଅଧିକାରୀ ମହେନ୍ଦ୍ର ସାହୁ ପ୍ରମୁଖ ଉପସ୍ଥିତ ରହିଥିଲେ । ଏହି ଅଞ୍ଚଳର ଆଦିବାସୀ ପିଲାଙ୍କ ମଧ୍ୟରେ ହକି ଖେଳିବା ପାଇଁ ସମସ୍ତ ଦକ୍ଷତା ରହିଛି । ତେବେ ସେମାନଙ୍କୁ ପ୍ରୋତ୍ସାହନ, ସଠିକ ପ୍ରଶିକ୍ଷଣ ଦିଆଗଲେ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ପିଲା ନାଁ କରି ପାରିବେ ବୋଲି ନାଭାଲ ଟାଟା ହକି ଏକାଡେମୀର ଅଧିକାରୀ କହିଛନ୍ତି । ସ୍ଥାନୀୟ ଅଞ୍ଚଳର ସମାଜସେବୀ ଅଭିଳାଷ ପାଣିଗ୍ରାହୀଙ୍କ ସମେତ ବ୍ଲକର ସମସ୍ତ ସ୍କୁଲର କ୍ରୀଡ଼ା ଶିକ୍ଷକ ଶିକ୍ଷୟିତ୍ରୀ ଏହି ପ୍ରଶିକ୍ଷଣ ଶିବିରକୁ ପରିଚାଳନା କରିଥିଲେ ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ABOUT THE AUTHOR

...view details