ଓଡିଶା

odisha

ETV Bharat / state

ଆତ୍ମହତ୍ୟା କରି ପୋଷ୍ଟମର୍ଟମ ରୁମରୁ ଜୀବନ୍ତ ଉଦ୍ଧାର ନାବାଳିକା

ଉମରକୋଟ ହୀରାପୁର ପଞ୍ଚାୟତରେ ଜଣେ ନାବାଳିକାର ଆତ୍ମହତ୍ୟା ପ୍ରୟାସ, ଦଶ ଘଣ୍ଟା ଝୁଲି ପୋଷ୍ଟ ମଟମ ରୁମ ରୁ ଜୀବନ୍ତ ଉଦ୍ଧାର । ଡାକ୍ତର କହିଲେ ମିରାକିଲ । ଆଗକୁ ପଢନ୍ତୁ...

A girl was trying to suicide in nabarangpur district
ନାବାଳିକାର ଆତ୍ମହତ୍ୟା ପ୍ରୟାସ, ଦଶ ଘଣ୍ଟା ଝୁଲି ପୋଷ୍ଟ ମଟମ ରୁମ ରୁ ଜୀବନ୍ତ ଉଦ୍ଧାର

By

Published : Mar 15, 2020, 11:07 AM IST

ନବରଙ୍ଗପୁର: ରଖେ ହରି ତ ମାରେ କିଏ । ଯାହା ସତ୍ୟ ପ୍ରମାଣିତ ହୋଇଛି ନବରଙ୍ଗପୁରର ଏକ ନାବାଳିକା କ୍ଷେତ୍ରରେ । ପୋଷ୍ଟମର୍ଟମ ରୁମରୁ ଜୀବନ୍ତ ଫେରିଲେ ଜଣେ ନାବାଳିକା । ଉମରକୋଟ ହୀରାପୁର ପଞ୍ଚାୟତର ଜଣେ ନାବାଳିକା ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଥିଲେ ।

ନାବାଳିକାର ଆତ୍ମହତ୍ୟା ପ୍ରୟାସ, ଦଶ ଘଣ୍ଟା ଝୁଲି ପୋଷ୍ଟ ମଟମ ରୁମ ରୁ ଜୀବନ୍ତ ଉଦ୍ଧାର

ନାବାଳିକା ଜଣଙ୍କ ଗତ ରାତି ଠାରୁ ଆଜି ଦିନ ବାରଟା ପର୍ଯ୍ୟନ୍ତ ନିଜ ଓଢଣୀରେ ଘର ଭିତରେ ଝୁଲି ରହିଥିଲେ । ଉମରକୋଟ ପୋଲିସ ଘଟଣାସ୍ଥଳକୁ ପହଞ୍ଚି ଯାଞ୍ଚ କରି ଉମରକୋଟ ନାବାଳିକା ଶରୀରକୁ ପୋଷ୍ଟ

ମର୍ଟମ ପାଇଁ ସ୍ଥାନୀୟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ହେଲେ ସେଠାରେ ଡାକ୍ତର ଝିଅଟି ଜୀବିତ ବୋଲି କହିଥିଲେ । ବର୍ତ୍ତମାନ ଝିଅ ସୁସ୍ଥ ଅଛି, ହେଲେ ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଛି ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ABOUT THE AUTHOR

...view details