ନବରଙ୍ଗପୁର: ଜିଲ୍ଲା କୋଷାଗୁମୁଡ଼ା ବ୍ଲକ ଅନ୍ତର୍ଗତ ବାଲେଗାଁ ଗ୍ରାମର ମୁଖ୍ୟ ରାସ୍ତା ପାର୍ଶ୍ଵରେ ଥିବା ଏକ ଜମିରୁ ଜଣେ ଯୁବକଙ୍କ ମୃତ ଦେହ ଉଦ୍ଧାର କରାଯାଇଛି । ମୃତ ଯୁବକ ଜଣକ କୋରାପୁଟ ଜିଲ୍ଲା ମିନାଗୁଣ୍ଡା ଗ୍ରାମର ବଲବଦ ଅମାନାତ୍ୟ ବୋଲି ଜଣାପଡିଛି ।
ବାଲେଗାଁ ଗ୍ରାମର ପୁରନ ଅମାନାତ୍ୟ ବଲବଦକୁ ପିଲାଟି ବେଳୁ ପୋଷ୍ୟ ସନ୍ତାନ ଭାବେ ରଖିଥିଲେ। ସୂଚନା ଅନୁଯାୟୀ ଗତକାଲି ଅପରାହ୍ନ ପ୍ରାୟ ୫ଟାରେ ବାଲେଗାଁ ମୁଖ୍ୟ ରାସ୍ତା ପାର୍ଶ୍ବରେ ଥିବା ଏକ ଜମିରେ ବଲବଦଙ୍କ ମୃତ ଦେହ ପଡିଥିବା କିଛି ଗ୍ରାମବାସୀ ଦେଖିବାକୁ ପାଇଥିଲେ । ଏହାପରେ ଗାଁଲୋକେ କୋଡ଼ିଙ୍ଗା ପୋଲିସକୁ ଖବର ଦେଇଥିଲେ।