ନବରଙ୍ଗପୁର:ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ତାଲାପଦର ନିକଟରେ ନିର୍ମାଣଧୀନ ପୋଲ ଭୁଶୁଡ଼ିବା ଘଟଣାରେ ଜିଲ୍ଲା ପ୍ରଶାସନ ତରଫରୁ ଏକ ମାମଲା ରୁଜୁ କରାଯାଇଛି। ଏଥିସହ ମୃତକଙ୍କ ପରିବାରଙ୍କୁ ଜିଲ୍ଲା ରେଡକ୍ରସ ଓ ରାଜସ୍ବ ବିଭାଗ ପକ୍ଷରୁ ୪୦ ହଜାର ଟଙ୍କାର ସହାୟତା ପ୍ରଦାନ କରିବାକୁ ଘୋଷଣା କରାଯାଇଛି।
ମୃତକ ଜଣକ ପଞ୍ଜିକୃତ ଶ୍ରମିକ ହୋଇଥିବାରୁ ଶ୍ରମ ବିଭାଗ ପକ୍ଷରୁ ତାଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା ବିମା ପ୍ରଦାନ ପାଇଁ ନିୟମ ରହିଛି। ଏଦିଗରେ ଯଥାଶୀଘ୍ର କାର୍ଯ୍ୟ କରିବାକୁ ଶ୍ରମ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି। ଏନେଇ ଏକ ଭିଡିଓ ବାର୍ତ୍ତାରେ ସୂଚନା ଦେଇଛନ୍ତି ନବରଙ୍ଗପୁର ଜିଲ୍ଲାପାଳ ଜିଲ୍ଲାପାଳ ଡକ୍ଟର ଅଜିତ କୁମାର ମିଶ୍ର।