ଓଡିଶା

odisha

ETV Bharat / state

ମହାତ୍ମା ଗାନ୍ଧୀଙ୍କ ବିରୋଧରେ କଟୁ ମନ୍ତବ୍ୟ ଦେଇଥିବା ବ୍ୟକ୍ତିଙ୍କ ବିରୋଧରେ ଏତଲା - ମହାତ୍ମା ଗାନ୍ଧୀଙ୍କ ବିରୋଧରେ ଆପତ୍ତି ଜନକ ମନ୍ତବ୍ୟ

ଅହିଂସାର ପୂଜାରୀ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ବିରୋଧରେ ସୋସିଆଲ ମିଡିଆରେ ଦାୟିତ୍ବହୀନ ଓ ବେପରୁଆ ଭାବେ କଟୁ ମନ୍ତବ୍ୟ ଦେଇଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଏତଲା ଦାୟର ସହ ଗିରଫ ପାଇଁ ଦାବି ହୋଇଛି । ଅଧିକ ପଢନ୍ତୁ...

ମହାତ୍ମା ଗାନ୍ଧୀଙ୍କ ବିରୋଧରେ କଟୁ ମନ୍ତବ୍ୟ ଦେଇଥିବା ବ୍ୟକ୍ତିଙ୍କ ବିରୋଧରେ ଏତଲା
ମହାତ୍ମା ଗାନ୍ଧୀଙ୍କ ବିରୋଧରେ କଟୁ ମନ୍ତବ୍ୟ ଦେଇଥିବା ବ୍ୟକ୍ତିଙ୍କ ବିରୋଧରେ ଏତଲା

By

Published : Oct 19, 2020, 12:36 PM IST

ନବରଙ୍ଗପୁର: ମହାତ୍ମା ଗାନ୍ଧୀଙ୍କ ବିରୋଧରେ ଆପତ୍ତି ଜନକ ମନ୍ତବ୍ୟ ଦେବା ପଡିଲା ମହଙ୍ଗା । ଜିଲ୍ଲାର ଉମରକୋଟ ଥାନା ଅଧୀନସ୍ଥ ଗୁଳିପାଟଣା ସାହିର ସତ୍ୟବ୍ରତ ସାମଲ ନାମକ ଜନୈକ ବ୍ୟକ୍ତି ନିଜ ଫେସବୁକ ଆକାଉଣ୍ଟରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ବିରୋଧରେ ଦାୟିତ୍ବହୀନ ଓ ବେପରୁଆ ଭାବେ କଟୁ ମନ୍ତବ୍ୟ ଦେଇଛନ୍ତି। ଏଥିସହ ସେ ଗାନ୍ଧୀଙ୍କ ଚରିତ୍ର ସଂହାର ପୂର୍ବକ ଅଶ୍ଳୀଳ ଇଙ୍ଗିତ କରି ରଙ୍ଗିଲା ଗାନ୍ଧୀ କହିଛନ୍ତି । ସାମାଜିକ ଗଣମାଧ୍ୟମରେ ଏପରି ମନ୍ତବ୍ୟ ଦେବା ଘଟଣାକୁ ନେଇ ତୀବ୍ର ଉତ୍ତେଜନା ପ୍ରକାଶ ପାଇବା ସହ ଚନ୍ଦା ହାଣ୍ଡି ଥାନାରେ ଆଇନଜୀବୀ କ୍ଷେମରାଜ ବାଘଙ୍କ ନେତୃତ୍ବରେ ଏତଲା ଦିଆଯାଇଛି।

ମହାତ୍ମା ଗାନ୍ଧୀଙ୍କ ବିରୋଧରେ କଟୁ ମନ୍ତବ୍ୟ ଦେଇଥିବା ବ୍ୟକ୍ତିଙ୍କ ବିରୋଧରେ ଏତଲା

ଏଭଳିକି ଗାନ୍ଧୀଙ୍କ ଚରିତ୍ରକୁ କଳା ଚରିତ୍ର ଭାବେ ଚିତ୍ରଣ କରି ଆକ୍ଷେପ କରିବାକୁ ମଧ୍ୟ ସେ ପଛାଇ ନାହାଁନ୍ତି, ଯାହା ସମ୍ପୂର୍ଣ୍ଣ ଭାବେ ଭିତ୍ତିହୀନ କଳ୍ପୋକଳ୍ପିତ ଏବଂ ଗାନ୍ଧୀଙ୍କ ଗରିମାକୁ କ୍ଷୁର୍ଣ୍ଣ କରିଛି । ଏଭଳି ଘଟଣା ଗାନ୍ଧୀଙ୍କ ସମ୍ପର୍କରେ ଆଗାମୀ ପିଢିଙ୍କ ମଧ୍ୟରେ ବିଭ୍ରାନ୍ତ ସୃଷ୍ଟି କରିବାର ଆଶଙ୍କା ସୃଷ୍ଟି ହୋଇଛି ଏବଂ ଭାରତୀୟ ଇତିହାସକୁ କୁତ୍ସିତ କରିବା ସହ ଭାରତର ଜାତୀୟତା ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ ହୋଇଛି, ଯାହା ସମ୍ପୂର୍ଣ୍ଣ ଭାବେ ଆଇନ ସମ୍ମତ ନୁହେଁ। ମହାତ୍ମା ଗାନ୍ଧୀଙ୍କୁ ସାରା ବିଶ୍ବରେ ଜଣେ ଆଦର୍ଶ ପୁରୁଷ ଓ ଅହିଂସାର ପୂଜାରୀ ଭାବେ ଗ୍ରହଣ କରୁଥିବାବେଳେ ଏଭଳି ଜଣେ ଖଳ ପ୍ରକୃତିର ବ୍ୟକ୍ତି ଗାନ୍ଧୀଙ୍କ ସମ୍ପର୍କରେ ଶସ୍ତା ଓ କଟୁ ମନ୍ତବ୍ୟ ଦେବା ଦୁର୍ଭାଗ୍ୟ ଜନକ।

ମହାତ୍ମା ଗାନ୍ଧୀଙ୍କ ବିରୋଧରେ କଟୁ ମନ୍ତବ୍ୟ ଦେଇଥିବା ବ୍ୟକ୍ତିଙ୍କ ବିରୋଧରେ ଏତଲା

ନବରଙ୍ଗପୁର ଭଳି ଏକ ଶାନ୍ତି ପ୍ରିୟ ତଥା ଭାଇଚାରା ସମ୍ପନ୍ନ ଜିଲ୍ଲାରେ ସର୍ବଦା ସାମ୍ପ୍ରଦାୟିକ ଦଙ୍ଗାକୁ ଉସୁକାଇଲା ଭଳି ମନ୍ତବ୍ୟ ଲଗାତାର ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହାକୁ ବିରୋଧ କରି ଚନ୍ଦାହାଣ୍ଡିରେ ଏକ ଶୋଭାଯାତ୍ରା ଥାନାରେ ପହଞ୍ଚି ଆଇନଜୀବୀ କ୍ଷେମରାଜ ବାଘ ଏକ ଲିଖିତ ଏତଲା ପ୍ରଦାନ କରି ତୁରନ୍ତ ତାଙ୍କର ଗିରଫ ଦାବି କରିଛନ୍ତି। ଏଥିରେ ଅନ୍ୟ ବରିଷ୍ଠ ବ୍ୟକ୍ତି ପ୍ରମୁଖ ଉପସ୍ଥିତ ଥିଲେ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ABOUT THE AUTHOR

...view details