ଓଡିଶା

odisha

By

Published : Nov 25, 2019, 7:00 PM IST

ETV Bharat / state

ନବରଙ୍ଗପୁରରେ ନବମ ଶ୍ରେଣୀ ଛାତ୍ରୀଙ୍କୁ ଯୌନ ନିର୍ଯାତନା ଅଭିଯୋଗ

ନବମ ଶ୍ରେଣୀ ଛାତ୍ରୀଙ୍କୁ ଯୌନ ନିର୍ଯାତନା ଅଭିଯୋଗ । ଖାତିଗୁଡା ଥାନା ଅଞ୍ଚଳର ଏକ ହଷ୍ଟେଲରେ ନାବାଳିକାକୁ ଯୌନ ନିର୍ଯାତନା ଦିଆଯାଇଥିବାର ଅଭିଯୋଗ ହୋଇଛି ।

ପ୍ରତିକାତ୍ମକ ଫଟୋ

ନବରଙ୍ଗପୁର: ନବମ ଶ୍ରେଣୀ ଛାତ୍ରୀଙ୍କୁ ଯୌନ ନିର୍ଯାତନା ଅଭିଯୋଗ । ଖାତିଗୁଡା ଥାନା ଅଞ୍ଚଳର ଏକ ହଷ୍ଟେଲରେ ନାବାଳିକାକୁ ଯୌନ ନିର୍ଯାତନା ଦିଆଯାଇଥିବାର ଅଭିଯୋଗ ହୋଇଛି । ହଷ୍ଟେଲ ସଂସ୍ଥାପକଙ୍କ ପୁଅ ନାଁରେ ଏପରି ଅଭିଯୋଗ ଆଣି ଥାନାରେ ଅଭିଯୋଗ କରିଛନ୍ତି ନାବାଳିକାଙ୍କ ପରିବାର ଲୋକେ ।

ସୂଚନା ଅନୁସାରେ, ଛାତ୍ରୀ ଜଣଙ୍କ ଗତ 18 ତାରିଖ ଦିନ 4.30ରେ ବିଦ୍ୟାଳୟରୁ ହଷ୍ଟେଲକୁ ଫେରିବା ପରେ ସ୍କୁଲ ପୋଷାକ ବଦଳାଉଥିଲେ । ଏହି ସମୟରେ ନାବାଳିକାକୁ ହଷ୍ଟେଲରେ ଏକୁଟିଆ ଦେଖି ହଷ୍ଟେଲ ସଂସ୍ଥାପକଙ୍କ 33 ବର୍ଷର ପୁଅ ନାବାଳିକାଙ୍କୁ ପଛପଟୁ ଜାବୁଡି ଧରିଥିଲେ । ଏହାପରେ ନାବାଳିକା ଜଣକ କୌଶଳକ୍ରମେ ତା ପାଖରୁ ଖସି ବାହାରକୁ ଚାଲିଆସିବା ସହ ଘର ଲୋକଙ୍କୁ ଡକାଇ ଖାତିଗୁଡା ଥାନାରେ ସମ୍ପୃକ୍ତ ଯୁବକଙ୍କ ନାଁରେ ଏତଲା ଦେଇଛନ୍ତି । ଏତଲା ପରେ ପୋଲିସ ଘଟଣାର ତଦନ୍ତ ଚଳାଇଛି ।

ନବରଙ୍ଗପୁରରୁ ତପନ ବିଶୋୟୀ, ଇଟିଭି ଭାରତ

For All Latest Updates

TAGGED:

ABOUT THE AUTHOR

...view details