ଓଡିଶା

odisha

ETV Bharat / state

ନବରଙ୍ଗପୁର ଜିଲ୍ଲାରେ 700 ଟପିଲା ସଂକ୍ରମିତଙ୍କ ସଂଖ୍ୟା

ନବରଙ୍ଗପୁର ଜିଲ୍ଲାରେ କୋରୋନାରେ ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଜିଲ୍ଲାରୁ ପୁଣି ଚିହ୍ନଟ ହେଲେ ୯୧ କୋରୋନା ପଜିଟିଭ ।

By

Published : Aug 21, 2020, 3:37 PM IST

ନବରଙ୍ଗପୁର
ନବରଙ୍ଗପୁର

ନବରଙ୍ଗପୁର: ଜିଲ୍ଲାରେ 700 ଟପିଲା ସଂକ୍ରମିତଙ୍କ ସଂଖ୍ୟା । ଗୋଟିଏ ଦିନରେ ଚିହ୍ନଟ ହେଲେ ସର୍ବାଧିକ ଆକ୍ରାନ୍ତ । ନବରଙ୍ଗପୁର ଜିଲ୍ଲାରେ କୋରୋନାରେ ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଜିଲ୍ଲାରୁ ପୁଣି ଚିହ୍ନଟ ହେଲେ ୯୧ କୋରୋନା ପଜିଟିଭ । ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ତରଫରୁ ସୂଚନା ପାଇବା ପରେ ଏନେଇ ନବରଙ୍ଗପୁର ଜିଲ୍ଲାପାଳ ଡକ୍ଟର ଅଜିତ କୁମାର ମିଶ୍ର ସୂଚନା ଦେଇଛନ୍ତି ।

ନବରଙ୍ଗପୁର ଜିଲ୍ଲାରୁ ପୁଣି ଚିହ୍ନଟ ହେଲେ ୯୧ ନୂଆ ଆକ୍ରାନ୍ତ

ନବରଙ୍ଗପୁରରେ ଚିହ୍ନଟ ହୋଇଥିବା ୯୧ ଜଣଙ୍କ ମଧ୍ୟରୁ ସର୍ବାଧିକ ଆକ୍ରାନ୍ତ ନବରଙ୍ଗପୁର ମ୍ୟୁନିସିପାଲିଟିରୁ ୨୩ ଜଣ, ନବରଙ୍ଗପୁର ବ୍ଲକରୁ ୫ ଜଣ, ଉମରକୋଟ ମ୍ୟୁନିସିପାଲିଟିରୁ ୬ ଜଣ , ଉମରକୋଟ ବ୍ଲକରୁ ୧୩ ଜଣ, ନନ୍ଦାହାଣ୍ଡି ବ୍ଲକରୁ ୨ ଜଣ, ତେନ୍ତୁଳିଖୁଣ୍ଟି ବ୍ଲକରୁ ଜଣେ, ପାପଡାହାଣ୍ଡି ବ୍ଲକରୁ ୯ ଜଣ, ଡାବୁଗାଁ ବ୍ଲକରୁ ୪ ଜଣ, କୋଶାଗୁମୁଡ଼ା ବ୍ଲକରୁ ୨୧ ଜଣ, ଝରିଗାଁ ବ୍ଲକରୁ ୭ ଜଣ କୋରୋନା ପଜିଟିଭ ଚିହ୍ନଟ ହୋଇଥିବା ନେଇ ସୂଚନା ଦେଇଛନ୍ତି ଜିଲ୍ଲାପାଳ । ଆଜିର ୯୧ ଜଣ ଆକ୍ରାନ୍ତଙ୍କୁ ମିଶାଇ ଜିଲ୍ଲାରେ ମୋଟ ପଜିଟିଭ ସଂଖ୍ୟା ୭୪୨ରେ ପହଞ୍ଚିଥିବା ବେଳେ ସେମାନଙ୍କ ମଧ୍ୟରୁ ୪୩୩ ଜଣ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

ନବରଙ୍ଗପୁର ଜିଲ୍ଲାରୁ ପୁଣି ଚିହ୍ନଟ ହେଲେ ୯୧ ନୂଆ ଆକ୍ରାନ୍ତ

ବର୍ତ୍ତମାନ ୨୯୭ ଜଣ କୋରୋନା ପଜିଟିଭ ଚିକିତ୍ସାଧୀନ ଅବସ୍ଥାରେ ରହିଥିବା ବେଳେ ସେଥିମଧ୍ୟରୁ ୧୨୫ ଜଣ ଡାକ୍ତରଙ୍କ ପରାମର୍ଶ କ୍ରମେ ହୋମ ଆଇସୋଲେସନରେ ରହି ଚିକିତ୍ସିତ ହେଉଛନ୍ତି । ଏଥିସହ ଜିଲ୍ଲାରେ କୋରୋନାରେ ଜଣଙ୍କ ମୃତ୍ୟୁ ହୋଇଛି । ଜିଲ୍ଲାରେ ଟେଷ୍ଟିଙ୍ଗ ଉପରେ ଗୁରୁତ୍ୱ ଦିଆଯାଉଥିବା ବେଳେ ଗୁରୁବାର ୧୬୧୩ଟି ନମୁନା ସଂଗ୍ରହ ହୋଇଥିବା ଓ ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ ୩୩୪୫୮ଟି ସାମ୍ପୁଲ ସଂଗ୍ରହ ହୋଇଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି ।

ନବରଙ୍ଗପୁରରୁ ତପନ ବିଷୋୟୀ, ଇଟିଭି ଭାରତ

ABOUT THE AUTHOR

...view details