ନବରଙ୍ଗପୁର: ଜିଲ୍ଲାରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ଥମିବାର ନାଁ ନେଉନାହିଁ। ମଙ୍ଗଳବାର ନବରଙ୍ଗପୁରରେ ପୁଣି 90 ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା 2393ରେ ପହଞ୍ଚିଛି । ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ସର୍ବାଧିକ ନବରଙ୍ଗପୁର ପୌରାଞ୍ଚଳର 29, ଉମରକୋଟ ପୌରାଞ୍ଚଳର 17, ତେନ୍ତୁଳିଖୁଣ୍ଟି ବ୍ଲକର 10ଜଣ ରହିଛନ୍ତି ।
ସେହିପରି ନନ୍ଦାହାଣ୍ଡି ବ୍ଲକର 8, ପାପଡାହାଣ୍ଡି ବ୍ଲକର 6, ନବରଙ୍ଗପୁର ବ୍ଲକର 5 , କୋଷାଗୁମୁଡା ବ୍ଲକ 5 ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଉମରକୋଟ, ଡାବୁଗାଁ, ଚନ୍ଦାହାଣ୍ଡି, ଝରିଗାଁ, ଓ ରାଇଘର ବ୍ଲକରୁ 2 ଜଣ ଲେଖାଏଁ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ପାଇବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି l