ନବରଙ୍ଗପୁର: ଜିଲ୍ଲାରେ ଧୀରେ ଧୀରେ ତଳକୁ ଖସୁଛି କୋରୋନା ସଂକ୍ରମଣର ଗ୍ରାଫ୍ । ଫଳରେ ଜିଲ୍ଲାରେ ପ୍ରତିଦିନ ଚିହ୍ନଟ ହେଉଥିବା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଧିରେ ଧିରେ କମୁଛି । ଗତ 24 ଘଣ୍ଟା ମଧ୍ୟରେ 85 ଜଣ ନୂଆ କୋରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ବୁଧବାର ଚିହ୍ନଟ 85 ଜଣ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ଉମରକୋଟ ବ୍ଲକରୁ 15 ଜଣ ଓ ଝରିଗାଁ ବ୍ଲକରୁ 14 ଜଣ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କୋଷାଗୁମୁଡା ବ୍ଲକରୁ 10,ନବରଙ୍ଗପୁର ପୌରାଞ୍ଚଳରୁ 9, ଚନ୍ଦାହାଣ୍ଡି, ପାପଡାହାଣ୍ଡି ଓ ତେନ୍ତୁଳିଖୁଣ୍ଟି ବ୍ଲକରୁ 8 ଜଣ ଲେଖାଏଁ, ରାଇଘର ବ୍ଲକରୁ 6,ନନ୍ଦାହାଣ୍ଡି ବ୍ଲକରୁ 4 ଏବଂ ଉମରକୋଟ ପୌରାଞ୍ଚଳରୁ 3 ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି l
ନବରଙ୍ଗପୁର ଜିଲ୍ଲାରୁ 24 ଘଣ୍ଟାରେ 85 ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ - କୋରୋନା ସଂକ୍ରମଣର ଗ୍ରାଫ୍
ଦିନକୁ ଦିନ ଜିଲ୍ଲାରେ ଖସିବାରେ ଲାଗିଛି କୋରୋନା ଗ୍ରାଫ୍ । ଗତ 24 ଘଣ୍ଟା ମଧ୍ୟରେ 85 ନୂଆ କୋରୋନା ପଜିଟିଭ୍ ଚିହ୍ନଟ । ଅଧିକ ପଢନ୍ତୁ...
ନବରଙ୍ଗପୁର ଜିଲ୍ଲାରୁ 24 ଘଣ୍ଟାରେ 85 ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ
ବୁଧବାର ଚିହ୍ନଟ ହୋଇଥିବା ନୂଆ ଆକ୍ରାନ୍ତଙ୍କୁ ମିଶାଇ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 22, 346ରେ ପହଞ୍ଚିଥିବା ବେଳେ ସେଥିମଧ୍ୟରୁ 21, 054 ଜଣ ସମ୍ପୂର୍ଣ୍ଣ ସୁସ୍ଥ ହୋଇଛନ୍ତି l ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ 1,129 ଜଣ ସକ୍ରିୟ ଆକ୍ରାନ୍ତ ମାମଲା ରହିଥିବା ବେଳେ ସେଥିମଧ୍ୟରୁ 1,059 ଜଣ ଗୃହ ସଙ୍ଗରୋଧରେ ରହି ଚିକିତ୍ସା ଜାରି ରଖିଛନ୍ତି l ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା 3 ଲକ୍ଷ 8 ହଜାର 467 ଜଣଙ୍କ ନମୁନା ସଂଗ୍ରହ କରାଯାଇ କୋରୋନା ପରୀକ୍ଷା କରାଯାଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି l
ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ