ନବରଙ୍ଗପୁର: ଜିଲ୍ଲାରେ କୋରୋନା ସଂକ୍ରମଣ କିଛିଦିନ ହେବ କମିବାରେ ଲାଗିଛି । ତେବେ ସୋମବାର ଜିଲ୍ଲାରେ 78 ଜଣ ପଜିଟିଭ୍ ଚିହ୍ନଟ ହୋଇଥିବାବେଳେ ଆଜି ମଙ୍ଗଳବାର 83 ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ଆଜିର ଚିହ୍ନଟ ସଂକ୍ରମିତଙ୍କୁ ମିଶାଇ ଜିଲ୍ଲାରେ ବର୍ତ୍ତମାନ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 22 ହଜାର 240ରେ ପହଞ୍ଚିଛି । ଜିଲ୍ଲାରେ ଏପର୍ଯ୍ୟନ୍ତ ମୋଟ 3 ଲକ୍ଷ 6 ହଜାର 627 ଜଣଙ୍କର ସ୍ୱାବ୍ ନମୁନା ସଂଗ୍ରହ କରାଯାଇ କୋଭିଡ ପରୀକ୍ଷା କରାଯାଇଥିବାବେଳେ ସେଥିମଧ୍ୟରୁ 22 ହଜାର 240 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ 20 ହଜାର 868 ଜଣ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ମୋଟ 1 ହଜାର 210 ଜଣ ସକ୍ରିୟ ଆକ୍ରାନ୍ତ ରହିଥିବାବେଳେ ସେଥିମଧ୍ୟରୁ 1 ହଜାର 119 ଜଣ ନିଜ ଘରେ ସଙ୍ଗରୋଧରେ ରହିଛନ୍ତି। ସେହିପରି ଅନ୍ୟ 91 ଜଣ ଅସ୍ଥାୟୀ ଚିକିତ୍ସାକେନ୍ଦ୍ର ସହିତ ଜିଲ୍ଲା ଓ ଜିଲ୍ଲା ବାହାରର ବିଭିନ୍ନ କୋଭିଡ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ସରକାରୀ ଭାବେ ସୂଚନା ମିଳିଛି ।